ଜନ୍ମମାଟି ଅଭିମୁଖେ ବୀର ଯବାନଙ୍କ ପାର୍ଥିବ ଶରୀର ! ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ।

177

କନକ ବ୍ୟୁରୋ : ସାରା ଓଡିଶାରେ ଖେଳିଯାଇଥିଲା ଶୋକର ଛାୟା, ଯେତେବେଳେ ଦୁଇ ବୀର ସହିଦ ଓଡିଆ ଯବାନଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା ଭୁବନେଶ୍ୱର ବିମାନ ବନ୍ଦରରେ । ଦୁଇ ସହିଦ ଯବାନ ମନୋଜ ବେହେରା ଏବଂ ପ୍ରସନ୍ନ ସାହୁଙ୍କୁ ବିମାନବନ୍ଦରରେ ଦିଆଯାଇଛି ଗାର୍ଡ ଅଫ୍ ଅନର ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଦୁଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପୈତୃକ ଗାଁ ଅଭିମୁଖେ ଦୁଇ ଯବାନଙ୍କ ପାର୍ଥିବ ଶରୀର । ଜନ୍ମମାଟିରେ ପହଞ୍ଚିବା ପରେ ଆଜି ଅନ୍ତିମ ସଂସ୍କାର କରାଯିବ ।

ଆତଙ୍କବାଦୀ ହମଲାରେ ପ୍ରସନ୍ନ ଓ ମନୋଜ ସହିଦ ହେବା ଖବର ଗାଁରେ ପହଂଚିବା ପରେ ସ୍ତବ୍ଧ ହୋଇଯାଇଛି ଜନ୍ମମାଟି । ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଅଂଚଳବାସୀ ସହିଦଙ୍କୁ ଝୁରି ହେଉଛନ୍ତି । ଆଜି ସହିଦଙ୍କ ପାଇଁ ଗୁମୁରୁ ଗୁମୁରି କାନ୍ଦୁଛି ଜନ୍ମମାଟି । ସହିଦ ପ୍ରସନ୍ନ କୁମାର ସାହୁ ୧୯୯୫ ମସିହାରେ ସିଆରପିଏଫର ଯୋଗ ଦେଇଥିଲେ । ଏହାପରେ ସେ ଜମ୍ମୁକଶ୍ମୀରରେ ସିଆରପିଏଫର ୬୧ ବାଟାଲିୟନରେ କାର‌୍ୟ୍ୟରତ ଥିଲେ । ୨୦୦୬ ମସିହାରେ ମନୋଜ ସିଆରପିଏଫରେ ଯୋଗ ଦେଇଥିଲେ ।