ନବୀନ ଜିନ୍ଦଲ କହିଲେ, ରାଜ୍ୟରେ ୨୦୩୦ ସୁଦ୍ଧା ୧ଲକ୍ଷ କୋଟିର କରିବେ ପୁଂଜିନିବେଶ : ସୃଷ୍ଟି ହେବ ୧ଲକ୍ଷ ନିଯୁକ୍ତି ସୁଯୋଗ

194

କନକ ବ୍ୟୁରୋ : ମେକ୍ ଇନ ଓଡ଼ିଶା କନକ୍ଲେଭରେ ସାମିଲ ହୋଇଛନ୍ତି ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ । ଲିଡରସିପ ସମିଟରେ ଯୋଗ ଦେଇ ଶିଳ୍ପ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଜିନ୍ଦଲ । ଏହାସହ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଆଗେଇ ଚାଲିଥିବା ବେଳେ ସେ ରାଜ୍ୟରେ ୧ଲକ୍ଷ କୋଟି ଟଙ୍କା ବିନିଯୋଗ କରିବେ ବୋଲି କହିଛନ୍ତି । ସେହିପରି ୨୦୩୦ ସୁଦ୍ଧା ୬ ମିଲିୟନ ଟନର ଷ୍ଟିଲ ପ୍ଲାଂଟକୁ ବୃଦ୍ଧି କରାଯାଇ ୨୦ ମିଲିୟନ ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରହିଛି । ସେହିପରି ୪୫ ହଜାର କୋଟିର ନିବେଶକୁ ବୃଦ୍ଧି କରାଯାଇ ୧ଲକ୍ଷ କୋଟିର କରିବେ ପୁଂଜିନିବେଶ କରାଯିବ । ଏହାଦ୍ୱାରା ୧ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସୂଚନା ଦେଇଛନ୍ତି ଜିନ୍ଦଲ ।

ନବୀନ ଜିନ୍ଦଲ କହିଛନ୍ତି ୧୫ ବର୍ଷର ଯାତ୍ରାରେ ୪୫ ହଜାର କୋଟି ଓଡ଼ିଶାରେ ପୁଞ୍ଜିନିବେଶ ହୋଇଛି । ଅନେକ ଚ୍ୟାଲେଞ୍ଜ ଥିବା ସତ୍ୱେ ଓଡ଼ିଶାରେ ବେଶ୍ କିଛି ଅସୁବିଧା ହୋଇନଥିଲା । ଲୋକଙ୍କ ସମର୍ଥନ ଓ ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁଁ ଏସବୁ ସମ୍ଭବ ହୋଇପାରିଥିଲା । ଆଉ ଏଇଥିପାଇଁ ଓଡ଼ିଶାରେ ଆଗକୁ ଅଧିକ ପୁଞ୍ଜିନିବେଶ କରାଯିବାର ଲକ୍ଷ୍ୟ ରଖିଛନ୍ତି ।

ତେବେ ଆଜି ମେକ୍ ଇନ ଓଡ଼ିଶା କନକ୍ଲେଭରେ ନବୀନ ଜିନ୍ଦଲ ଓଡ଼ିଶା ସହ ଥିବା ୩୦ ବର୍ଷର ସମ୍ପର୍କକୁ ସମସ୍ତଙ୍କ ସହ ବାଣ୍ଟିଛନ୍ତି । ୩୦ ବର୍ଷ ପୂର୍ବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ନବୀନ ଜିନ୍ଦଲଙ୍କ ବାପା ଓପି ଜିନ୍ଦଲଙ୍କୁ କହିଥିଲେ, ଓଡ଼ିଶାରେ ଏକ ମିଲିୟନ୍ ଟନର ଏକ ଷ୍ଟିଲପ୍ଲାଂଟ ପ୍ରତିଷ୍ଠା କର । ତେବେ ୮୦ ଦଶକରେ ଏତେ ମୂଲ୍ୟର ପୁଞ୍ଜିନିବେଶ କରି ଷ୍ଟିଲପ୍ଲାଂଟ ପ୍ରତିଷ୍ଠା କରିବା ବହୁତ ବଡ଼ କଥା ଥିଲା । ତଥାପି ଓପି ଜିନ୍ଦଲ ଚେଷ୍ଟା କରିଥିଲେ କିନ୍ତୁ କୌଣସି କାରଣବାତଃ ଓଡ଼ିଶାରେ ଷ୍ଟିଲପ୍ଲାଂଟ ପ୍ରତିଷ୍ଠା ହୋଇପାରିନଥିଲା ।

ତେବେ ୨୦୦୩ରେ ଜିନ୍ଦଲ ଏକ ୬ ମିଲିୟନ ଟନର ଷ୍ଟିଲପ୍ଲାଂଟ ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ଚିନ୍ତା କରିଥିଲେ । ଆଉ ଏହି ଯୋଜନା ସଫଳ ହୋଇଥିଲା । ସ୍ୱଦେଶୀ କଂଚାମାଲରେ ହିଁ ଏହି ପ୍ଲାଂଟ ପ୍ରତିଷ୍ଠା ହୋଇଥିଲା । ବାହାର ଦେଶରୁ କୌଣସି ସାମଗ୍ରୀ ଆମଦାନୀ ନକରି ୨୦୦୫ରେ ଏକ ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠା ହୋଇଥିଲା । ବିଶ୍ୱରେ ପ୍ରଥମ ଥର ପାଇଁ କୋଇଲା ଗ୍ୟାସୀକରଣ ଉପାୟରେ ଷ୍ଟିଲ ପାଂଟ ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ଅନୁଗୁଳରେ ଏକ କୋଲ ବ୍ଲକ ଆବଣ୍ଟିତ କରିିଥିଲା ଜିନ୍ଦଲ । ସେଠାରେ କୋଲକୁ ଗ୍ୟାସିଫାଇ କରି ସିନ୍ଥେସିସ୍ ଗ୍ୟାସରୁ ଷ୍ଟିଲ ତିଆରି କରିବା ପରି କାମ ହେଉଥିଲା । ବିଶ୍ୱରେ ପ୍ରଥମ ଥର ପାଇଁ ଏପରି ପ୍ରକିୟା ହୋଇଥିଲା, ଯାହା ପୂର୍ବରୁ କେଉଁଠି ବି ହୋଇନଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ୨୦୧୪ରେ ସମସ୍ତ କୋଲ୍ ବ୍ଲକ ଆବଂଟନକୁ ସୁପ୍ରମିକୋର୍ଟ ଖାରଜ କରିଦେଇଥିଲେ । ଏସବୁ ସୱେ କମ୍ପାନୀ ହାର ମାନିନଥିଲା । ରାଜ୍ୟସରକାରଙ୍କ ସହଯୋଗ କ୍ରମେ ରାଜ୍ୟରେ ଭାରତର ସବୁଠାରୁ ଅତ୍ୟାଧୁନିକ ସିଂଟର ପ୍ଲାଂଟ ପ୍ରତିଷ୍ଠା ହୋଇଥିଲା । ଏବଂ ଗତବର୍ଷ ଏସବୁ କମିଶନ ହୋଇଛି । ଏବେ ଅନୁଗୁଳରେ ୬ ମିଲିୟନ୍ ଟନର ଷ୍ଟିଲ୍ ପ୍ଲାଂଟ ଓ ଯୋଡ଼ା ବଡ଼ବିଲରେ ୯ ମିଲିୟନ୍ ଟନର ପେଲେଟ୍ ପ୍ଲାଟ ରହିଛି । ଆଉ ଆଗକୁ ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ କରାଯିବାର ଲକ୍ଷ୍ୟ ରଖିଛନ୍ତି ନବୀନ ଜିନ୍ଦଲ ।

Comments are closed.