ଭୁବନେଶ୍ୱରରେ ଉଦଘାଟିତ ହୋଇଛି ରିଜିଓନାଲ ବ୍ୟାଡମିଟନ ଏକାଡେମୀ ! ସହିଦନଗର ସ୍ଥିତ ଇନଡୋର ହଲରେ ଏହା ପ୍ରାଥମିକ ସ୍ତରରେ ହେବ କାର୍ଯ୍ୟକାରୀ

26

କନକ ବ୍ୟୁରୋ : ଭୁବନେଶ୍ୱରରେ ଉଦଘାଟିତ ହୋଇଛି ରିଜିଓନାଲ ବ୍ୟାଡମିଟନ ଏକାଡେମୀ । ସହିଦନଗର ସ୍ଥିତ ଇନଡୋର ହଲରେ ଏହା ପ୍ରାଥମିକ ସ୍ତରରେ କାର୍ଯ୍ୟକାରୀ କରାଯିବ । ଭାରତୀୟ କ୍ରିଡା ପ୍ରାଧିକରଣ ସହାୟତାରେ ରାଜ୍ୟ କ୍ରିଡା ଏବଂ ଯୁବସେବା ବିଭାଗ ପକ୍ଷରୁ ଏଥିଲାଗି ବିଶେଷ ପଦକ୍ଷେପ ନିଆଯିବ । ୧ କୋଟି ୩୭ ଲକ୍ଷ ବ୍ୟୟବରାଦରେ ଆନୁସଙ୍ଗିକ ଭି୍ତିଭୁମି ପ୍ରତିଷ୍ଠା କରାଯିବ । ରାଜ୍ୟରେ ବ୍ୟାଡମିଟନ କ୍ରିଡାର ବିକାଶ ଲାଗି ଏଭଳି ପଦକ୍ଷେପ ନିଆଯାଇଛି । ଇନଡୋର ହଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଦ୍ମଭୁଷଣ ପୁଲିଲା ଗୋପିଚାନ୍ଦ ପ୍ରମୁଖ ଯୋଗଦେଇ ଥିଲେ ।