ଇନଷ୍ଟାଗ୍ରାମରେ ନବୀନ ! ସମାଜର ସବୁ ବର୍ଗ ପାଖରେ ପହଂଚିବା ଲକ୍ଷ

40

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଆଉ ପାଦେ ଆଗକୁ ବଢିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫେସବୁକ୍ ଏବଂ ଟ୍ୱିଟର ପରେ ଆଜି ଇନ୍‌ଷ୍ଟାଗ୍ରାମରେ ଆକାଉଂଟ୍ ଖୋଲିଛନ୍ତି ନବୀନ । ବିଶ୍ୱରେ ସବୁଠୁ ଲୋକପ୍ରିୟ ସୋସିଆଲ ମିଡିଆ ନେଟୱର୍କ ହେଉଛି ଇନ୍‌ଷ୍ଟାଗ୍ରାମ। ତେଣୁ ସମାଜର ସବୁ ବର୍ଗ ବିଶେଷକରି ଯୁବପିଢୀଙ୍କ ପାଖରେ ପହଂଚିବା ଏବଂ ସିଧାସଳଖ ଯୋଡ଼ି ହେବାକୁ ନବୀନ ଏଭଳି ପଦେକ୍ଷପ ନେଇଥିବା ଚର୍ଚ୍ଚା ହେଉଛି ।

ଇନ୍‌ଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିବା ପରେ ମୁଖ୍ୟମନ୍ତ୍ରୀ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନିଜର ଶୁଭେଚ୍ଛାକୁ ପୋଷ୍ଟ କରିଛନ୍ତି ।