ମୋଦିଙ୍କ ଆଗରେ ନବୀନଙ୍କ ପ୍ରସ୍ତାବ : ପୋଲାଭରମ୍ ପ୍ରକଳ୍ପ ନେଇ ଜଣାଇଲେ ଆପତି

45

କନକ ବ୍ୟୁରୋ : ଦିଲ୍ଲୀରେ ଆନ୍ତଃ ରାଜ୍ୟ ପରିଷଦ ବୈଠକରେ ନବୀନ ଉଠାଇଲେ ମହାନଦୀ ପ୍ରସଙ୍ଗ। ରାଜ୍ୟ ସହ ବିନା ଆଲୋଚନାରେ ଯେଉଁଭଳି ଭାବେ ଛତିଶଗଡ ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରୁଛି, ତାକୁ ଜୋରଦାର ବିରୋଧ କରିଛନ୍ତି ନବୀନ ପଟ୍ଟନୟକ । ଏଥିସହ ଆଲୋଚନା ବେଳେ ଉଠିଛି ପୋଲାଭରମ ପ୍ରସଙ୍ଗ । ସେହିଭଳି ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ୨୫୦୦ ଟଙ୍କା କରିବାକୁ ଦାବି କରିଛନ୍ତି ନବୀନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନବୀନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ନେଇ ଆଜି ବସିଥିବା ବୈଠକରେ ମୋଦି କହିଥିଲେ, ବିକାଶ ପାଇଁ କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ଜରୁରୀ । ଏହା ସହ  ଆଭ୍ୟନ୍ତରୀଣ ସୁରକ୍ଷାକୁ ଚ୍ୟାଲେଂଜର ସହ ମୁକାବିଲା କରାଯିବ। ଦେଶର ୧୦୨ କୋଟି ଲୋକଙ୍କୁ ଅଧାରକାର୍ଡ ଦିଆଯାଇଛି। ୩ ବର୍ଷରେ ୫ କୋଟି ପରିବାରକୁ ମାଗଣାରେ ଗ୍ୟାସ ଯୋଗାଇ ଦିଆଯାଇଛି । କିରୋସିନର ବ୍ୟବହାର କମ୍ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦୀର୍ଘ ୧୦ ବର୍ଷ ପରେ ଏବଂ ମୋଦି ସରକାର କ୍ଷମତାକୁ ଆସିବାର ୨ ବର୍ଷ ପରେ ଗୋଟିଏ ମଂଚରେ ଏକାଠି ହୋଇଛନ୍ତି ୨୭ ରାଜ୍ୟର ମୁଖ୍ୟମନ୍ତ୍ରୀ ।