ନବୀନ ସରକାରର ୩ ବର୍ଷର ମୂଲ୍ୟାୟନ କଲା ସାରା ଓଡିଶା ! କନକ ନ୍ୟୁଜର ସବୁଠାରୁ ବଡ ଅନଲାଇନ୍ ଓପିନିୟନ୍ ପୋଲ୍

37

କନକ ବ୍ୟୁରୋ : ନବୀନ ସରକାରଙ୍କ ୪ର୍ଥ ପାଳିର ୩ ବର୍ଷର ପ୍ରଦର୍ଶନକୁ ନେଇ କଣ କହୁଛି ଓଡିଶା । କେଉଁଠି ପହଂଚିଛି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା । ଏହି ଶାସନକାଳରେ ଲୋକଙ୍କ ଜୀବନଧାରଣର ମାନରେ କେତେ ପରିବର୍ତନ ଆସିଛି । ଯଦି ଏବେ ଭୋଟ ହୁଏ ତେବେ କଣ ହୋଇପାରେ ନିର୍ବାଚନ ଫଳାଫଳ । ଏ ସବୁ ପ୍ରଶ୍ନ ଆପଣଙ୍କ ମନରେ ବି ଉଙ୍କି ମାରୁଥିବା ।

ଏହିପରି ୯ଟି ପ୍ରଶ୍ନକୁ ନେଇ କନକ ନ୍ୟୁଜ କରିଛି ରାଜ୍ୟର ସବୁଠାରୁ ବଡ ଅନଲାଇନ ଓପିନିୟନ୍ ପୋଲ । ଏସବୁ ପ୍ରଶ୍ନର କଣ ଉତ୍ତର ଦେଇଛି ଓଡିଶା । ଆଜି ଅପରାହ୍ନ ୪ଟାରେ ଓଡିଶାର ମତାମତକୁ ଆମେ ଆପଣଙ୍କ ସାମ୍ନାରେ ରଖିବୁ । ଆମର ସ୍ୱତନ୍ତ୍ର ଉପସ୍ଥାପନା ଲାଇଭ ମାଧ୍ୟମରେ ଆପଣ ଦେଖିପାରିବେ, ୩ ବର୍ଷର ସରକାର କଣ କହୁଛି ଓଡିଶା ।