ସୋସିଆଲ୍ ମିଡିଆରେ କିଏ କାହାକୁ କରୁଛି ଅନୁକରଣ ! ଧର୍ମେନ୍ଦ୍ର କହିଲେ, ନବୀନ୍ କରୁଛନ୍ତି କପି

33

କନକ ବ୍ୟୁରୋ : ମୋଦିଙ୍କୁ କପି କରୁଛନ୍ତି ନବୀନ । ଏଭଳି କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ଜନ କଲ୍ୟାଣ ପାଇଁ ମୋଦି ସରକାର ସୋସିଆଲ୍ ମିଡିଆକୁ ବ୍ୟବହାର କରୁଥିବାବେଳେ ନକଲି ସେଲଫି ଛାଡି ବାଃବାଃ ନେବାକୁ ଉଦ୍ୟମ କରୁଛନ୍ତି ନବୀନ ପଟ୍ଟନାୟକ । ଦହିବରା, ଗୁପଚୁପ୍ ଖାଇ ସୋସିଆଲ୍ ମିଡିଆରେ ସେଲଫି ଛାଡିଲେ ଏହା ଲୋକଙ୍କ ହିତରେ ଆସିବ ନାହିଁ ବୋଲି ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର । ସୋସିଆଲ୍ ମିଡିଆର ବ୍ୟବହାର କରି ଆମେ ଅତ୍ୟାଧୁନିକ ହେଲୁଣି ବୋଲି କେବଳ କର୍ମୀଙ୍କୁ ଭୁଆଁ ବୁଲାଉଛନ୍ତି ନବୀନ । ଆଉ ସେଥିପାଇଁ ବିଜେଡି ସରକାରଙ୍କ ୧୭ ବର୍ଷ ଶାସନରେ ମଧ୍ୟ ଓଡିଶା ଗରିବ ହୋଇ ରହିଛି ବୋଲି ସେ ଟିପ୍ପଣୀ କରିଛନ୍ତି ।