ସରକାର ବନାମ ଶଙ୍କରାଚାର୍ଯ୍ୟ ! ନିମନ୍ତ୍ରଣ ସତ୍ୱେ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେନି ବିଜେଡି ସୁପ୍ରିମୋ

36

କନକ ବ୍ୟୁରୋ: ବଜାୟ ରହିଲା ନବୀନଙ୍କ ଧର୍ମ ନିରପେକ୍ଷତାର ଭାବମୂର୍ତ୍ତି । ଗୋବର୍ଦ୍ଧନ ପୀଠରେ ବିମଳାମ୍ବା ମନ୍ଦିର ପ୍ରତିଷ୍ଠା ଉତ୍ସବରୁ ନବୀନ ଦୁରେଇ ରହିବା ପରେ କିଛି ଏଭଳି ଢଙ୍ଗରେ ଏବେ ଆରମ୍ଭ ହୋଇଛି ସମୀକ୍ଷା । କାହିଁକି ପ୍ରତିଶ୍ରୁତି ସତ୍ୱେ ନବୀନ ଗଲେନି ପୁରୀ । କୁହାଯାଉଛି, ଶଙ୍କରାଚାର୍ଯ୍ୟଙ୍କ ସରକାର ବିରୋଧୀ ଆଭିମୁଖ୍ୟ ଓ ମାଳ ମାଳ ବିଜେପି ନେତା କାର୍ଯ୍ୟକ୍ରମରେ ସାମିଲ ହେବା ନବୀନଙ୍କୁ ବାଧ୍ୟ କରିଥିଲା ଉତ୍ସବରେ ସାମିଲ ନହେବାକୁ ।

ସେହିଭଳି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଅଯଥା ହସ୍ତକ୍ଷେପକୁ ଶଙ୍କରାଚାର୍ଯ୍ୟ ନାପସନ୍ଦ କରୁଥିବା ବେଳେ ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତି କଡା ଟିପ୍ପଣୀ କରିଥିଲେ । ଖାଲି ଏତିକି ନୁହେଁ, ବିଜେଡି ଅନ୍ଦର ମହଲ ଆକଳନ କରିଥିଲା, ଶଙ୍କରାଚାର୍ଯ୍ୟଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ, ବିଜେପି କାର୍ଯ୍ୟକ୍ରମରେ ପରିଣତ ହୋଇଥିଲା ।

ଶଙ୍କରାଚାର୍ଯ୍ୟଙ୍କ ନିୟନ୍ତ୍ରଣ ସତ୍ୱେ କାହିଁକି ଗଲେନି ନବୀନ । ଧର୍ମ ଓ ରାଜନୀତିର ଏହି ମହାଖୁମ୍ଭଠାରୁ ଦୂରେଇ ଗଲେ ବିଜେଡି ମୁଖ୍ୟ । କେବଳ ସେ ନୁହେଁ ପୁରୀ ବିଧାୟକ ମହେଶ୍ୱର ମହାନ୍ତି ଓ ସାଂସଦ ପୀନାକି ମିଶ୍ରଙ୍କ ମଧ୍ୟ ଏତେ ବଡ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ । ତେଣୁ ଚର୍ଚ୍ଚା ହେଉଛି ନିଜର ଧର୍ମନିରପେକ୍ଷ ଟ୍ୟାଗକୁ ସୁରକ୍ଷିତ ରଖିବାକୁ ନବୀନ ଖେଳିଛନ୍ତି ଗୋଟି ।

କନ୍ଧମାଳ ଦଙ୍ଗା ପରେ ଧର୍ମନିରପେକ୍ଷତାର ଦ୍ୱାହି ଦେଇ ବିଜେପିର ହାତ ଛାଡିଥିଲେ ନବୀନ । ତେଣୁ ଶଙ୍କରାଚାର୍ଯ୍ୟଙ୍କ ପାଖରେ ଶରଣ ପଶିବାକୁ ହୁଏତ ଠିକ୍ ମଣି ନଥିଲେ । ସାଧାରଣରେ ଚର୍ଚ୍ଚା ହୁଏ ବିଜେପି ରାମ ମନ୍ଦିର ଆନ୍ଦୋଳନ ଓ ହିନ୍ଦୁତ୍ୱ ଦର୍ଶନ ସହିତ ଶଙ୍କରାଚାର୍ଯ୍ୟଙ୍କର ରହିଛି ଏକ ଆଦର୍ଶଗତ ସାମଞ୍ଜସ୍ୟ ।

ଏହାସହ ଦେଖନ୍ତୁ ଏହି ଭିଡିଓ :