ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାରିଥିବା ମହିଳାଙ୍କ ଉପରୁ ହଟିବ ସମସ୍ତ ମାମଲା! ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଲେ ଖୋଦ ନବୀନ

27

କନକ ବ୍ୟୁରୋ : ବାଲେଶ୍ୱର ତାଳସାରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଅଣ୍ଡାମାଡ଼ କରିଥିବା ରାଜଶ୍ରୀ କାମିଲାଙ୍କ ଉପରୁ ହଟିବ ସମସ୍ତ ମାମଲା । ତାଙ୍କ ଉପରେ ଲାଗିଥିବା ସମସ୍ତ ମାମଲା ଉଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ଏନେଇ ନବୀନ ରାଜ୍ୟ ପୁଲିସକୁ ନିର୍ଦ୍ଦେଶ କରିଛନ୍ତି । ରାଜଶ୍ରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅପରାଧିକ ଷଡଯନ୍ତ୍ର ଭଳି ସଂଗୀନ୍ ଦଫା ରୁଜୁ କରିଥିଲା ପୁଲିସ । ୨ ଦିନ ତଳେ ରାଜଶ୍ରୀଙ୍କୁ ଜାମିନ୍ ପ୍ରଦାନ କରିଥିଲେ ଜଳେଶ୍ୱର କୋର୍ଟ । ଆଉ ଏହାପରେ ଏବେ ତାଙ୍କ ଉପରୁ ଏବେ ଲାଗିଥିବା ସମସ୍ତ ଦଫା ଉଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ବର୍ତମାନ ଏସିବିରେ ଚିକିତ୍ସାଧିନ ଅଛନ୍ତି ରାଜଶ୍ରୀ ।

ଜାନୁଆରି ୩୧ ତାରିଖ ଦିନ ରାଜେଶ୍ୱରୀ କାମିଲା ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚ ଉପରକୁ ଦୁଇଟି ଅଣ୍ଡା ପକାଇ ଥିଲେ। ଏଥିପାଇଁ ପୁଲିସ ନିଜ ତରଫରୁ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରି ତାଙ୍କ ବିରୋଧରେ ବିଭିନ୍ନ ଦଫା ଲଗାଇ ଥିଲା। ଏନେଇ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ରାଜଶ୍ରୀଙ୍କ ଗିରଫ ଘଟଣାକୁ ନିନ୍ଦା କରିଥିଲା ।