ହିସାବ ନିକାଶ ରାଜନୀତି

28

କନକ ବ୍ୟୁରୋ : ବାଲେଶ୍ୱରରେ ମୋଦିଙ୍କ ପ୍ରଶ୍ନ, ଏହା ପରେ ଭୁବନେଶ୍ୱରରେ ନବୀନଙ୍କ ଜବାବ୍, ଆଉ ଆଜି ଦିଲ୍ଲୀରେ ଧର୍ମେନ୍ଦ୍ରଙ୍କ କାଉଂଟର ଆଟାକ୍ । ରାଜ୍ୟ ରାଜନୀତିରେ ଏବେ ଧର୍ମେନ୍ଦ୍ର ବନାମ ନବୀନଙ୍କୁ ନେଇ ଚର୍ଚ୍ଚା । ନବୀନଙ୍କ ସଫଳତାର ଲମ୍ବା ତାଲିକା ମିଛ ପ୍ରଚାର ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏଥି ସହ ଓଡିଶା ସରକାର ଏକ ଅପାରଗ ଓ ଅବିଶ୍ୱସନୀୟ ସରକାର ବୋଲି କହିବାକୁ ପଛାଇ ନାହାନ୍ତି କେନ୍ଦ୍ର ମନ୍ତ୍ରୀ । ସେପଟେ କଡ଼ା ଶବ୍ଦରେ ଜବାବ ଦେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି- ଧର୍ମେନ୍ଦ୍ର ଜଣେ ପଳାତକ ନେତା ।

ଏହା ସହ ଦେବାଳିଆ ଓ ଅପାରଗ ନବୀନ ସରକାର : ଧର୍ମେନ୍ଦ୍ର