ଦିଲ୍ଲୀରେ ତୁଟିଲା ଓଡିଶା କଳି : ଆଇଓସିଏଲ ଟିକସ ବିବାଦ ନେଇ ନବୀନ- ଧର୍ମେନ୍ଦ୍ର କଲେ ଆଲୋଚନା

27

କନକ ବ୍ୟୁରୋ : ରାଜନୀତିର ତିକ୍ତ ଲଢ଼େଇ ଭିତରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳର ଦୁଇ ତୁଙ୍ଗ ନେତା ଏକାଠି ବସିଲେ ଓ ଆଲୋଚନା କଲେ । ଆଲୋଚନାର ବିଷୟ ଥିଲା ପାରାଦ୍ୱୀପ ସ୍ଥିତ ଆଇଓସିଏଲ୍ ଓ ଓଡିଶା ସରକାଙ୍କ ମଧ୍ୟରେ ଚାଲିଥିବା ଟିକସ ବିବାଦ । ଉଭୟ ପକ୍ଷର ଅଦିକାରୀଙ୍କ ସହ ପ୍ରାୟ ୧୫ ମିନିଟର ଆଲୋଚନା ପରେ ବୈଠକ ଶେଷ ହେଲା ଓ ଉଭୟ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ ।

ଉଭୟ କହୁଛନ୍ତି ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ସକରାତ୍ମକ ପ୍ରୟାସ କରିବେ ଏବଂ ୨୦୦୪ରେ ଓଡିଶା ସରକାର ଓ ଆଓସିଏଲ ମଧ୍ୟରେ ହୋଇତିବା ବୁଝାମଣାରେ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ରାଜି ହୋଇତିବା , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଅର୍ଥାତ୍ ଆଇଓସିଏଲ୍ ରୁ ଟିକସ ବାବଦରେ ଓଡିଶା ସରକାର ବକେୟା ରାଶି ପାଇବା ନେଇ ବାଟ ଖୋଲିଛି ।

ଗୋଟିଏ ପଟେ ରାଜ୍ୟ ସ୍ୱାର୍ଥର କଥା ଓ ଆଉ ଗୋଟିଏ ପଟେ ନିଜ ନିଜ ଦଳର ଭାବମୂର୍ତ୍ତିର କଥା । ଗୋଟିଏ ପଟେ ପଂଚମ ଥର ମୁଖ୍ୟମନ୍ତ୍ରୀ ହେବା ପାଇଁ ମୈଦାନକୁ ଓହ୍ଲାଇବେ ନବୀନ ଓ ଅନ୍ୟପଟେ ଓଡିଶା ଦଖଲର ରଣନୀତି ବନାଇଛନ୍ତି ଧର୍ମେନ୍ଦ୍ର । ତେବେ ଏହି ବୈଠକ ପରେ ଯେଉଁ ଗୁରୁତ୍ୱପୂର୍ଣ୍ଣ କଥା ଆଗକୁ ଆସିଛି । ତା’ ହେଉଛି ୨୦୦୪ର ବୁଝାମଣା ପତ୍ର ବଦଳିବ ଏବଂ ଓଡିଶା ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରିବର୍ତ୍ତନ କରାଯିବ ।