ଦିଲ୍ଲୀରେ ନବୀନ-ଧର୍ମେନ୍ଦ୍ର ବୈଠକ ! ଧର୍ମେନ୍ଦ୍ର କହିଲେ, ଚୁକ୍ତିର ହେବ ପୁନର୍ବିଚାର

13

କନକ ବ୍ୟୁରୋ: ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଇଓସିଏଲ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଚାଲିଥିବା ଟିକସ ବିବାଦର ସମାଧାନ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ପାରାଦୀପସ୍ଥିତ ଆଇଓସିଏଲ ରିଫାଇନାରୀ ଓଡ଼ିଶା ସରକାରଙ୍କୁ ଟିକସ ଦେବା ନେଇ ବିବାଦ ଲାଗି ରହିଛି । ନବୀନ ସରକାର ଆଇଓସିଏଲ୍କୁ ୧ ହଜାର ୪୮୫ କୋଟି ଟଙ୍କାର ଟିକସ ପୈଠ କରିବାକୁ ଦାବି କରିଥିଲେ । ଏହାକୁ ବିରୋଧ କରି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଚୁକ୍ତି ଉଲ୍ଳଂଘନ କରି ଓଡ଼ିଶା ସରକାର ରାଜନୈତିକ ରାଗ ଶୁଝାଉଛନ୍ତି ।

ସେପଟେ ବିଜେଡିର ଯୁକ୍ତି ଥିଲା- ଆଇଓସିଏଲ୍ ଲାଭରେ ଚାଲିଥିବାରୁ ଓଡ଼ିଶା ଟିକସ ହରାଇ ପାରିବ ନାହିଁ । ତେବେ ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ପ୍ରସ୍ତାବ ରଖିଥିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ । ଏବେ ସମସ୍ତଙ୍କ ନଜର ରହିଛି ଏହି ବୈଠକର ନିସ୍କର୍ଷ ଉପରେ ।