ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୫ ଜଣଙ୍କର ମୃତ୍ୟୁ ! ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା ସହାୟତା ରାଶି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

34

କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲାର ବିଷମକଟକ ଠାରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡ଼ିଯିବାରୁ ଶ୍ୱାସରୁଦ୍ଧ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ରବିବାର ୫ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଜଣେ ଗୁରୁତର ଥିବା ଜଣାପଡିଛି । ଦୁର୍ଗୀ ଗାଁରେ ଏକ ନବନିର୍ମିତ ପାଇଖାନା ଟାଙ୍କିକୁ ଜଣେ ମହିଳା ଶ୍ରମିକ ଯାଇଥିଲେ। ସେ ବାହାରି ନପାରିବାରୁ ତାଙ୍କୁ ଉଦ୍ଧାର କରିବାକୁ ଆଉ ଜଣେ ଶ୍ରମିକ ବୈରାଗି ଉଲାକା ପାଇଖାନା ଟାଙ୍କି ଭିତରକୁ ଯାଇଥିଲେ । ଉଭୟ ନ ବାହାରି ପାରିବା ଯୋଗୁଁ ପୁଣି ଥରେ ଜଣେ ମିସ୍ତ୍ରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନଫେରିବାରୁ ଆଉ ୩ଜଣ ଯୁବକ ଟାଙ୍କି ଭିତରକୁ ଯାଇଥିଲେ । ସେଠାରେ ଶ୍ୱାସରୁଦ୍ଧ ହୋଇ ୫ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଚକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଲିଯାଇଛି ।