ନବୀନ ସରକାରଙ୍କ ଚତୁର୍ଥ ପାଳିକୁ ପୁରିଲା ୪ ବର୍ଷ ! ୧୮ ବର୍ଷ ଧରି ନିରଙ୍କୁଶ ଭାବେ ଓଡ଼ିଶାରେ ଶାସନ କରି ଚାଲିଛନ୍ତି ନବୀନ , ବିପଦ ସୃଷ୍ଟି କରିବା ସ୍ଥିତିରେ ନାହାନ୍ତି ବିରୋଧୀ

52

କନକ ବ୍ୟୁରୋ : ବିପୁଳ ଜନାଦେଶ ସହିତ ୨୦୧୪ ମେ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଚତୁର୍ଥ ପାଳିର ଶାସନ ଆରମ୍ଭ କରିଥିଲେ । ରାଜ୍ୟର କୌଣସି ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟରେ ଏତେ ଦିନ ଧରି ଚୌକିରେ ବସିବାର ଭାଗ୍ୟ ଜୁଟିନାହିଁ । ଏହି ୪ ବର୍ଷ ସହ ନବୀନ ସରକାର ପୂରଣ କରିଛି ୧୮ ବର୍ଷ । ନବୀନ ଶାସନର ବାସ୍ତବତା ହେଲା, ବିକାଶ ମୁହାଁ ହୋଇଛି ଓଡିଶା । ରାଜ୍ୟର ସବୁ ବର୍ଗ ପାଇଁ ସରକାର ମାଳ ମାଳ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଚତୁର୍ଥ ପାଳିର ଚତୁର୍ଥ ବର୍ଷ ରାଜନୈତିକ ଦୃଷିକୋଣରୁ ନବୀନ ପଟ୍ଟନାୟକଙ୍କ ପାଇଁ ଅନେକ ସଫଳତା ଆଣିଦେଇଛି ।

naveenବିଜେପୁର ଉପନିର୍ବାଚନରେ ବଡ ବ୍ୟବଧାନରେ ବିଜୟୀ ହୋଇଛି ଦଳ । ହିନ୍ଦୋଳ ଓ ଅତାବିରା ଆସନ ଜିତି ବିଜେଡି ପ୍ରମାଣିତ କିରିଛି ଯେ, ସରକାରୀ ଦଳକୁ ଚ୍ୟାଲେଞ୍ଜ କରିବା ସ୍ଥିତିରେ ବିରୋଧୀ ନାହାନ୍ତି । ସବୁ ବର୍ଗକୁ ଆକର୍ଷିତ କରିବା ଲାଗି ସରକାର ଗୋଟିଏ ପରେ ଗୋଟିଏ ଯୋଜନା ହାତକୁ ନେଇଛନ୍ତିା ନୂଆ ପିଢିର ଭୋଟରଙ୍କୁ ଟାର୍ଗେଟ କରିଛନ୍ତି ସରକାର । ଦୀର୍ଘଦିନର ଦାବି ଓଡିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେଇଛନ୍ତି ସରକାର । ସମୀକ୍ଷକଙ୍କ ମତରେ ନବୀନଙ୍କ ଲୋପ୍ରିୟତା କମିବା ବଦଳରେ ବଢୁଛି । ବିଭିନ୍ନ ନିର୍ବାଚନ ଫଳାଫଳ ଓ ସଭାସମିତି ଏହାର ସଙ୍କେତ ଦେଉଛି ।

କଂଗ୍ରେସ-ବିଜେପି ଠାରୁ ସମଦୂରତ୍ୱ ରଖିବା ଫଳରେ ଜାତୀୟ ସ୍ତରରେ ନବୀନଙ୍କ ପତିଆରା ଓ ପ୍ରତିଷ୍ଠା ବଢିଛି । ସରକାରଙ୍କ ଏକ ପ୍ରମୁଖ ଯୋଜନା ହେଉଛି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗାଁ ଲୋକଙ୍କ ସହ ସିଧାସଳଖ କଥାବାର୍ତା ହୋଇପାରୁଛନ୍ତି । ସବୁଠାରୁ ବଡ କଥା ହେଲା, ସରକାରଙ୍କ ପାଇଁ ବିପଦ ସୃଷ୍ଟି କରିବା ସ୍ଥିତିରେ ବିରୋଧୀ ନାହାନ୍ତି । ବିରୋଧୀଙ୍କ ବିଶ୍ୱସନୀୟତା ସଙ୍କଟ ଭିତରକୁ ଠେଲିହେଇଯାଇଛି । ସରକାରଙ୍କୁ ଦୋହଲାଇବା ସ୍ଥିତି ବିଜେପି କିମ୍ବା କଂଗ୍ରେସ ପାଖରେ ନାହିଁ ।

naveenରାଜ୍ୟରେ ନବୀନ ସରକାରଙ୍କ ଚତୁର୍ଥ ପାଳିର ୪ବର୍ଷ ପୂରଣ ହୋଇଛି । ବିଭାଗୱାରୀ ସମୀକ୍ଷା ପରେ ସରକାରଙ୍କ ସଫଳତା ଓ ବିଫଳତାର ହିସାବ ନିକାସ କରିବେ ମୁଖ୍ୟମନ୍ତ୍ରୀ । ନିର୍ବାଚନୀ ଇସ୍ତାହରରେ ଦିଆଯାଇଥିବା ପ୍ରତିଶ୍ରୁତି କେତେଦୂର ପାଳନ ହୋଇଛି ତାର ସମୀକ୍ଷା କରିବେ ନବୀନ ପଟ୍ଟନାୟକ । ଏଥିପାଇଁ ଆଜି ବସୁଛି ମନ୍ତ୍ରୀ ପରିଷଦ ବୈଠକ । ଏହା ପୂର୍ବରୁ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ପରଖି ସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗକୁ ନିର୍ବାଚନୀ ବର୍ଷ ଆସୁଥିବାରୁ ସରକାର କେଉଁ କ୍ଷେତ୍ରରେ ସଫଳ ହୋଇଛନ୍ତି ତାର ସମୀକ୍ଷା କରି ଲୋକଙ୍କ ପାଖକୁ ଯିବାପାଇଁ ରଣନୀତି ପ୍ରସ୍ତୁତ ହୋଇପାରେ ।

naveenବିଜେଡି ସରକାରଙ୍କ ଚତୁର୍ଥ ପାଳିର ୪ବର୍ଷ ପୂର୍ତି ସହ ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ ୧୮ ବର୍ଷ ପୁରଛି । ୨୦୦୦ ମସିହାରେ ରାଜ୍ୟ କ୍ଷମତା ନିଜ ହାତକୁ ନେବା ପରଠାରୁ ଏକ ସ୍ଥିର ଓ ପ୍ରଗତିଶୀଳ ସରକାର ଦେଇଆସୁଥିବା ନବୀନ ଅନେକ ସଫଳତା ଓ ସେଥିପାଇଁ ସ୍ୱୀକୃତୀ ମଧ୍ୟ ପାଇଛନ୍ତି । ଲଗାତର କୃଷି କର୍ମଣ ପୁରସ୍କାର, ନବୀନଙ୍କୁ ଶ୍ରେଷ୍ଠ ପ୍ରଶାସକର ସମ୍ମାନ, ଦକ୍ଷତା ବିକାଶ କ୍ଷେତ୍ରରେ ସାରା ଭାରତରେ ଓଡିଶା ପ୍ରଥମ ହେବା ଓ ମାଓ ଦମନରେ କେନ୍ଦ୍ର ଦ୍ୱାରା ପ୍ରଶଂସିତ ହେବା ଗୋଟିଏ ଗୋଟିଏ ବଡ ଉପଲବ୍ଧି ।

ବିଶେଷ କରି ଚତୁର୍ଥ ପାଳିର ଚତୁର୍ଥ ବର୍ଷ ବେଶ ଗୁରୁତ୍ୱପୂର୍ଣ୍ଣ । ୨୦୧୬ରୁ ୨୦୧୮ ମଧ୍ୟରେ ଓଡିଶାର ଅଭିବୃଦ୍ଧି ହାର ଜାତୀୟ ସ୍ତରରେ ସର୍ବାଧିକ ୧୦୮ ପ୍ରତିଶତ ରହିଛି । ୨୦୧୭-୧୮ରେ ରାଜସ୍ୱ ଆଦାୟ ୮୪ ହଜାର ୭ଶହ ୯୩ କୋଟି ଛୁଇଁଛି । ଗତବର୍ଷ ଅପେକ୍ଷା ଚଳିତବର୍ଷ ସାମାଜିକ କ୍ଷେତ୍ରରେ ଅନୁଦାନ ୧୦୦ ପ୍ରତିଶତ ବୃଦ୍ଧି ହୋଇଛି ।ତେବେ ୨୦୧୪ରେ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି କେତେ ପାଳନ ହୋଇଛି ତାର ତର୍ଜମା କରିବେ ମୁଖ୍ୟମନ୍ତ୍ରୀ ।