ବିବାଦରୁ ବଂଚିବା ଫର୍ମୁଲା : ଶ୍ରମ ଦିବସର ଦିନକ ପୂର୍ବରୁ ଶ୍ରମିକଙ୍କୁ ଭେଟି ଦେଲେ ସରକାର

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିବାଦରୁ ବଂଚିବାକୁ ସରକାରଙ୍କ ଫର୍ମୁଲା । ପାଜେରୋ ପଲିଟିକ୍ସ, ଚିଟଫଣ୍ଡ ଜମାକାରୀଙ୍କ ବାବଦରେ କମିଶନଙ୍କ ତାତ୍ସଲ୍ୟକୁନେଇ ହରଡଘଣାରେ ସରକାର । ଏହାରି ଭିତରେ ଡ୍ୟାମେଜ କଂଟ୍ରୋଲ ମୁଡକୁ ଆସିଛନ୍ତି ନବୀନ ପଟନାୟକ । ଶ୍ରମିକ ଦିବସ ପୂର୍ବରୁ ନିର୍ମାଣ ଶ୍ରମିକଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ସରକାର । ପଂଜିକୃତ ନିର୍ମାଣ ଶ୍ରମିକଙ୍କୁ ମଧୁବାବୁ ପେନସନ ଯୋଜନାରେ ଦିଆଯିବ ଭତା । ଏଥିସହ ଶ୍ରମିକଙ୍କ ପିଲାଙ୍କ ପାଇଁ ବୃତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଷ୍ଟମରେ ପଢୁଥବା ପିଲାଙ୍କୁ ୨ ହଜାର, ନବମରେ ୩ ହଜାର ଓ ଦଶମରେ ପାଠ ପଢୁଥିବାଙ୍କୁ ୪ ହଜାର ଟଙ୍କାର ବାର୍ଷିକ ବୃତି ଦିଆଯିବ । ଦଶମରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବା ନିର୍ମାଣ ଶ୍ରମିକଙ୍କ ପିଲାକୁ ୧୦ ହଜାର ଟଙ୍କାର ପୁରସ୍କାର ଦେବେ ରାଜ୍ୟ ସରକାର । ସେହିପରି ଷଷ୍ଠ ଓ ସପ୍ତମରେ ପାଠ ପଢୁଥିବା ନିର୍ମାଣ ଶ୍ରମିକଙ୍କ ଝିଅକୁ ମଧ୍ୟ ବାର୍ଷିକ ୨ ହଜାର ଲେଖାଏଁ ବୃତି ଦିଆଯିବ । ଖାଲି ସେତିକି ନୁହେଁ ବିଜୁ ପକ୍କା ଘର ଯୋଜନାରେ ପଂଜିକୃତ ନିର୍ମାଣ ଶ୍ରମିକଙ୍କୁ ୨୦ ହଜାର ଟଙ୍କା ଦିଆଯିବ ।

ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ନେଇ ବେଶ୍ ଖୁସି ଅଛନ୍ତି ଶ୍ରମିକଙ୍କ ପରିବାର ତେବେ ଆଶା କରିଛନ୍ତି ସରକାରଙ୍କ ଏହି ଯୋଜନା ପେପରି ତାଂକ ପାଇଁ ସ୍ୱପ୍ନ ପାଲଟି ନଯାଉ ।