ନବୀନ -ଧର୍ମେନ୍ଦ୍ରଙ୍କ ଶୀତଳଯୁଦ୍ଧର ଝଲକ ! ଗୋଟିଏ ମଞ୍ଚରେ ମୁହଁ ବୁଲାଇ ଛିଡା ହେଲେ ଦୁଇ ନେତା

17

କନକ ବ୍ୟୁରୋ : ଗୋଟିଏ ମଞ୍ଚରେ ଛିଡା ହେଲେ କେହି କାହା ମୁହଁକୁ ମଧ୍ୟ ଚାହିଁଲେନି । ଆମେ କହୁଛୁ ରାଜ୍ୟ ରାଜ୍ୟନୀତିର ଦୁଇ ହେଭିୱେଟ ନେତା ନବୀନ ଓ ଧର୍ମେନ୍ଦ୍ରଙ୍କ କଥା । ଜଣେ ରାଜ୍ୟର ମଙ୍ଗୁଆଳ ହୋଇଥିବା ବେଳେ ଅନ୍ୟଜଣେ ପ୍ରଧାନମନ୍ତ୍ରୀଙ୍କ ଖାସ୍ ସିପାହୀ । ଆଜି ଦୁଇଜଣଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା । ଆଜି କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ହକି ଲିଗରେ ଭାରତ- ଜର୍ମାନୀ ମ୍ୟାଚ ପରେ ନବୀନ ଓ ଧର୍ମେନ୍ଦ୍ରଙ୍କୁ ପୁରସ୍କାର ବିତରଣ ଉତ୍ସବରେ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ତେବେ କେହି କାହା ସହ କଥା ହେବା ତ ଦୂରର କଥା ପରସ୍ପରର ମୁହଁ ମଧ୍ୟ ଚାହିଁନଥିଲେ ଉଭୟ ନେତା । ଆଉ ଏହି ଦୃଶ୍ୟ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

Screen Shot 2017-12-10 at 8.17.32 PMରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ ପାଲଟିଥିବା ଧର୍ମେନ୍ଦ୍ର-ନବୀନଙ୍କ ଭିତରେ ଥିବା ସର୍ମ୍ପକ କାହାକୁ ଅଛପା ନାହିଁ । ତେବେ କଳିଙ୍ଗ ଷ୍ଟାଡିୟମର ମଞ୍ଚ ଉପର ଦୃଶ୍ୟ ଟିକିଏ ନିଆରା ଥିଲା । ଯାହା ଶୀତୁଆ ସନ୍ଧ୍ୟାକୁ ଟିକିଏ ଉଷ୍ମ କରିଥିଲା । ବିଶ୍ୱ ହକି ଲିଗ ସଫଳତାର ଶ୍ରେୟ ନେବା ପାଇଁ ଉଭୟ ଧର୍ମେନ୍ଦ୍ର ଓ ନବୀନ ଆଜି ଏକାଠି ହୋଇଥିଲେ କଳିଙ୍ଗ ଷ୍ଟାଡିୟମରେ । ଭାରତ ୨-୧ରେ ଜର୍ମାନୀକୁ ମାତ ଦେଇ ବ୍ରୋଞ୍ଜ ପଦକ ହାସଲ କରିବା ପରେ ପୁରସ୍କାର ବିତରଣ ଉତ୍ସବରେ ନବୀନ ଓ ଧର୍ମେନ୍ଦ୍ରଙ୍କ ଭିତରେ ଲାଗି ରହିଥିବା ଶୀତଳ ଯୁଦ୍ଧ ଜଳଜଳ କରି ବାହାରକୁ ଦେଖାଯାଉଥିଲା । ପରସ୍ପରର ଖୁବ ନିକଟରେ ଛିଡା ହୋଇଥିଲେ ଦୁଇ ନେତା । ଦୁହିଁଙ୍କ ଭିତରେ ଦୂରତା ସିନା କମ ଥିଲା କିନ୍ତୁ ମନ ଭିତରର ଦୂରତା ଆକଳନ କରିବା ସମ୍ଭବପର ନଥିଲା । ଆଉ ଯାହା ପୂରା ପରିସ୍ପୁଟ ହୋଇ ବାହାରକୁ ଦିଶୁଥିଲା । ପୁରସ୍କାର ବିତରଣ ଉତ୍ସବ ପରେ ଉଭୟ ଚାଲିଯାଇଥିଲେ ନିଜ ବାଟରେ । କିନ୍ତୁ ଦର୍ଶକ ବେଶ ଭଲଭାବେ ବୁଝି ପାରିଥିଲେ ଦୁଇ ନେତାଙ୍କ ନିରବତାକୁ ।