ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କୁ ନବୀନ କହିବେ ମନର କଥା ! ଶିଶୁଙ୍କୁ ଶପଥପାଠ କରାଇବେ ମୁଖ୍ୟମନ୍ତ୍ରୀ

29

କନକ ବ୍ୟୁରୋ : ଶିଶୁ ଦିବସରେ ରାଜ୍ୟର ଶିଶୁମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବେ ମନର କଥା । ପ୍ରାୟ ୫ ହଜାର ପିଲାଙ୍କୁ ସିଧାସଳଖ ଶପଥ ପାଠ କରାଇବେ ନବୀନ । ଭୁବନେଶ୍ୱର କ୍ୟାପିଟାଲ୍ ହାଇସ୍କଲ ପଡ଼ିଆରୁ ଏହାର ସିଧାପ୍ରସାରଣ ହେବ । ଦୂରଦର୍ଶନ ସହ ଅନ୍ୟାନ୍ୟ ଘରୋଇ ଟିଭି ଚ୍ୟାନେଲ୍, ଏଫ୍ଏମ୍ ରେଡିଓରେ ଏହାର ସିଧାପ୍ରସାରଣ କରାଯିବ । ସବୁ ସ୍କୁଲ କର୍ତୃପକ୍ଷ ଏଥିପାଇଁ ଗାଁରେ ସେଟ୍ ଟପ୍ ବକ୍ସଯୁକ୍ତ ଟିଭି ଲଗାଇବେ ଓ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ଦେଖାଇବାକୁ ଦିଆଯାଇଛି ନିର୍ଦ୍ଦେଶ । ଏଥିପାଇଁ ଏବେ ସରକାରୀ ଭାବେ ଚାଲିଛି ଜୋରଦାର ପ୍ରସ୍ତୁତି ।

naveen mann ki baatନୀବନଙ୍କ ଶିଶୁ ଦିବସ କାର୍ଯ୍ୟକ୍ରମ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ସମସ୍ତଙ୍କୁ ସାମିଲ ହେବା ପାଇଁ ଅନୁରୋଧ କରୁଛନ୍ତି ଓଡ଼ିଶା ସରକାର । ଏଥିପାଇଁ ୧୪ ତାରିଖ ଶିଶୁ ଦିବସରେ ଭୁବନେଶ୍ୱରର କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ଉତ୍ସବ । ଏଥିରେ ପ୍ରାୟ ୫ ହଜାର ପିଲାଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେବେ । ଦିନ ୧୧ଟା ୧୫ରୁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ରହିବେ । ଏଥିରେ ପିଲାଙ୍କୁ ନିଜର ମନର କଥା କହିବା ସହ ଶପଥ ପାଠ ମଧ୍ୟ କରାଇବେ । ଏହାକୁ ଦୂରଦର୍ଶନ ସମେତ ବିଭିନ୍ନ ଘରୋଇ ଟିଭି ଚ୍ୟାନେଲ୍, ଏଫ୍ଏମ୍ ରେଡିଓ ସିଧାପ୍ରସାରଣ କରିବେ ।ଏଥିପାଇଁ ସମସ୍ତ ବିଭାଗକୁ ନିଜ ନିଜର ଦାୟିତ୍ୱ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରତି ଜିଲ୍ଲାରେ ଅନ୍ତତଃ ୧୨ଶହ ପିଲା ଏଥିରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ହେବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ସ୍କୁଲ କର୍ତୃପକ୍ଷ ଏଥିପାଇଁ ଅଭିଭାବକମାନଙ୍କୁ ନେଇ ଗାଁରେ ସେଟ୍ ଟପ୍ ବକ୍ସଯୁକ୍ତ ଟିଭି ଲଗାଇବେ ଓ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ଦେଖାଇବାର ବନ୍ଦୋବସ୍ତ କରିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ । ଏହାପୂର୍ବରୁ ବିଭିନ୍ନ ଶ୍ରେଣୀର ପିଲାମାନଙ୍କ ମଧ୍ୟରେ ରାଜ୍ୟର ବିକାଶ ନେଇ ବିତର୍କ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସେମାନଙ୍କୁ ସେହି ଦିନ ପୁରସ୍କୃତ କରାଯିବ ।