ନିର୍ବାଚନ ନେଇ ନବୀନଙ୍କ ଦମ୍ଭୋକ୍ତି ! କହିଲେ, ଆସନ୍ତା ନିର୍ବାଚନରେ ନିଶ୍ଚିତ ଭଲ କରିବ ଦଳ 

183

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ନେଇ ଆଜି ଦମ୍ଭୋକ୍ତି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ବାଚନ ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ନବୀନ ପଟ୍ଟନାୟକ  ।  ସେ କହିଛନ୍ତି ୨୦୧୯ ସାଧାରଣ ଖୁବ ଭଲ ପ୍ରଦର୍ଶନ କରିବ ବିଜେଡ଼ି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ । ସୂଚନା ଅନୁସାରେ ଚଳିତ ବର୍ଷ ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଶେଷ ହୋଇଛି । ୩୧୪ ଟି ବ୍ଲକରେ ୬୦ ହଜାର ପ୍ରକଳ୍ପ  ପାଇଁ ୧୫ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି ।  ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର ୩ଟି ଉପରେ ଗୁରୁତ୍ୱ ଦେଉଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଦମ୍ଭୋକ୍ତି ଦ୍ୱାରା କାର୍ଯ୍ୟକର୍ତ୍ତାମାନେ ଆହୁରି ଅଧିକ ଉତ୍ସାହିତ ହେବେ । ରାଜ୍ୟରେ ବିଜେଡ଼ି ଅପ୍ରତିଦ୍ୱନ୍ଦୀ ଦଳ ଭାବେ ଗଣାଯାଉଛି । ଏତେ ବର୍ଷର ଶାସନ କାଳ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଟିକିଏ ବି ମଳିନ ପଡ଼ିନି । ଶାସନ କାଳ ବଢ଼ିବା ସଙ୍ଗେ ସଙ୍ଗେ ଅଧିକ ମଜଭୁତ ହେବାରେ ଲାଗିଛି ବିଜେଡ଼ି ।  ଅନ୍ୟ ଦଳର ନେତା ନିଜ ଦଳ ଛାଡ଼ି ଶଙ୍ଖ ଧରୁଛନ୍ତି । ନବୀନଙ୍କ ଲୋକପ୍ରିୟତାରେ ଅନୁପ୍ରାଣିତ ହୋଇ ନିକଟରେ କିଛି ହେଭିୱେଟ୍ ନେତା ବିଜେଡ଼ିରେ ସାମିଲ ହୋଇଛନ୍ତି । ଏହା ଆଗାମୀ ନର୍ବାଚନରେ ବିଜୟ ହାସଲ କରିବାରେ ନିଶ୍ଚିତ ସହାୟକ ହେବ ।

ନିର୍ବାଚନ ଯେତିକି ପାଖେଇ ଆସୁଥିବାବେଳେ ନେତାଙ୍କ ହୃତସ୍ପନ୍ଦନ ବଢିବାରେ ଲାଗିଛି । ଚଳିତ ବର୍ଷ ରାଜ୍ୟରେ ବିଧାନସଭା ସହ ଲୋକସଭା ନିର୍ବାଚନ ହେବ । ସୂଚନାଯୋଗ୍ୟ ନିକଟରେ ଦୈନିକ ଇଂରାଜୀ ଖବରକାଗଜ ଡେକାନ କ୍ରୋନିକିଲ ଏକ ସର୍ଭେ କରିଥିଲା । ଆଉ ସର୍ଭେ ଅନୁସାରେ ବର୍ତମାନ ନିର୍ବାଚନ ହେଲେ ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ଶାସକ ବିଜେଡିକୁ ୧୬ରୁ ୧୮, କଂଗ୍ରେସ ଓ ବିଜେପିକୁ ଗୋଟିଏରୁ ୨ଟି ଲେଖାଁଏ ସିଟ ମିଳିବାର ସମ୍ଭାବନା ରହିଛି ।