ଆଜି ନବରାତ୍ରିର ତୃତୀୟ ଦିବସ : ଜାଣନ୍ତୁ ଏହି ଦିନରେ ମା’ ଚନ୍ଦ୍ରଘଂଟାଙ୍କର ବ୍ରତ ଓ ପୂଜା ବିଧି

224

ଗତ ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି ମା’ଙ୍କର ନବରାତ୍ରୀ ପର୍ବ । ମା’ଙ୍କର ଏହି ରୂପ ବହୁତ ସୁନ୍ଦର Navratri-Mubarak-Whatsapp-DP-Durga-Maa-Images-Photos-Wishes-SMS-Profile-Pic, ମନମୋହକ ଓ ଅଲୈାକିକ ଅଟେ । ଚନ୍ଦ୍ର ସମାନ ସୁନ୍ଦର ମା’ଙ୍କର ଏହି ରୂପରେ ଦିବ୍ୟ ସୁଗନ୍ଧିତ ବହିଥାଏ ଓ ଦିବ୍ୟ ଧ୍ୱନିର ଉଚ୍ଚାରଣ ହୋଇଥାଏ ।

କାହିଁକି ମା’ଙ୍କର ନାଁ ଚନ୍ଦ୍ରଘଂଟା ଅଟେ ?
ବିଧି ଅନୁସାରେ , ନବରାତ୍ରିର ୩ୟ ଦିନଟି ହୋଇଥାଏ ମା’ ଚନ୍ଦ୍ରଘଂଟାଙ୍କ ପୂଜନ ଦିବସ । ଏହି ଦିନ ମା’ ଙ୍କର ପୂଜା ପାଇଥାନ୍ତି । ମା’ଙ୍କର ଏହି ସୁନ୍ଦର ଅଲୈାକିକ ରୂପ ପରମ ଶାନ୍ତି ଦାୟକ ଓ କଲ୍ୟାଣକାରୀ ଅଟେ । ତାଙ୍କର ମସ୍ତକରେ ଘଂଟା ଆକାରର ଅର୍ଧଚନ୍ଦ୍ର ଥାଏ । ଏଥିପାଇଁ ମା’ ଚନ୍ଦ୍ରଘଂଟା ଦେବୀ କୁହାଯାଏ । ତାଙ୍କର ଶରୀରର ରଙ୍ଗ ସୁନା ଭଳି ଚମକୁଥାଏ । ତାଙ୍କର ଦଶ ହାତ ଥାଏ । ଏହି ଦଶଟି ହାତରେ ଖଣ୍ଡା ଆଦି ଶସ୍ତ୍ର ତଥା ବାଣ ଆଦି ଅସ୍ତ୍ରରେ ବିଭୂଷିତ ହୋଇଥାନ୍ତି ମା’ ।

hd_durga_maa_wallpapers_014ମା’ ଚନ୍ଦ୍ରଘଂଟାଙ୍କର ବାହନ ସିଂହ ଅଟେ । ଏହା ମା’ଙ୍କର ବୀରତାର ପ୍ରତୀକକୁ ଦର୍ଶାଇଥାଏ । ମା’ ଚନ୍ଦ୍ରଘଂଟାଙ୍କ କୃପାରୁ ଅଲୈାକିକ ବସ୍ତୁଗୁଡିକର ଦର୍ଶନ ହୋଇଥାଏ ଦିବ୍ୟ ସୁଗନ୍ଧିତ ଦ୍ରବ୍ୟର ଅନୁଭବ ହୋଇଥାଏ ତଥା ବିଭିନ୍ନ ପ୍ରକାରର ଦିବ୍ୟ ଧ୍ୱନୀ ଶୁଣାଯାଏ । ଏହି କ୍ଷଣ ପରମ ଆତ୍ମତୃପ୍ତିକର ଓ ଈଶ୍ୱର ଉପାସନା ଓ ସାଧନାର ସମୟ ଅଟେ । ଆଉ ସାଧକଙ୍କ ପାଇଁ ଅତ୍ୟନ୍ତ ସାବଧାନତାର ମୁହୂର୍ତ୍ତ ହୋଇଥାଏ ।

533519-durga-maaଏହି ଦେବୀଙ୍କର ଆରାଧନାରେ ସାଧକ ଭିତରେ ବୀରତା ଓ ନର୍ଭୟତା ସହ ସୈାମ୍ୟତା ଓ ବିନମ୍ରତାର ବିକାଶ ହୋଇଥାଏ । ଏଥିପାଇଁ ଆମକୁ ମନ ,ବଚନ ଓ କର୍ମରେ ପବିତ୍ରତା ଆଚରଣ ପୂର୍ବକ ମା’ଙ୍କୁ ଉପାସନା କରିବା ଉଚିତ । ଏହାଦ୍ୱାରା ମା’ଙ୍କର ଆଶିଷ ଲାଭ ହେବ । ଆଉ ସବୁ ଦୁଃଖ ଓ କଷ୍ଟରୁ ମା’ ମୁକ୍ତି ଦେବେ । ତା ସହ ଆମର ପରମ କଲ୍ୟାଣ ସାଦିତ ହେବ । ଜୀବନ ସାଧନା ମାର୍ଗରେ ଅଗ୍ରସର ହେବ । ମା’ଙ୍କ ଆରାଧନ ପାଇଁ ଏହି ଦେବୀ ମନ୍ତ୍ର ଜପ କରିବା । ଯାହା ଆମର ଅନ୍ତରାତ୍ମାକୁ ଶକ୍ତି ପ୍ରଦାନ କରିବ –

ଦେବୀ ମନ୍ତ୍ର :   ଓଁ ଦେବୀ ଚନ୍ଦଘଂଟାୟୈ ନମଃ
ଦେବୀ ପ୍ରାର୍ଥନା : ପିଣ୍ଡଜ ପ୍ରବରାରୁଢା ଚଣ୍ଡକୋପାସ୍ତ୍ରକୈର୍ଯ୍ୟୁତା ।
              ପ୍ରସାଦଂ ତନୁତେ ମହୟମ୍ ଚନ୍ଦ୍ରଘଣ୍ଟେତି ବିଶ୍ରୁତା ।।

( ସୌଜନ୍ୟ- ଜନସତ୍ତା )