ଯାଜପୁରରେ ପୁଣି ଗର୍ଜିଲା ନବ ନିର୍ମାଣ କୃଷକ ସଂଗଠନ ! ୧୦ ଦଫା ଦାବି ନେଇ କିଆନାଳି ଛକରେ ଜୟ କିଶାନ ସମାବେଶ

30

କନକ ବ୍ୟୁରୋ: ଯାଜପୁରରେ ବିଶାଳ ଚାଷୀ ସମାବେଶ । କିଆନାଳି ଛକଠାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହି ସମାବେଶ ଆୟୋଜିତ ହେଉଛି । ଯାଜପୁର କଲେଜ ଛକଠାରୁ ଏକ ଶୋଭାଯାତ୍ରାରେ କର୍ମୀମାନେ ବାହାରି ସଭାସ୍ଥଳରେ ପହଂଚିଛନ୍ତି ।

ପ୍ରାୟ ୨୫ ହଜାର ଚାଷୀ ଏହି ସମାବେଶରେ ସାମିଲ ହୋଇଛନ୍ତିି । ଏହି ସମାବେଶରେ ସଂଗଠନର ଉପଦେଷ୍ଠା ସୌମ୍ୟରଂଜନ ପଟ୍ଟନାୟକ, ରବି ଦାସ, ରଷ୍ଟ୍ରୀୟ ସଂଯୋଜକ ଅକ୍ଷୟକୁମାର, ଶେଷଦେବ ସମେତ ବହୁ କୃଷକ ନେତା ସାମିଲ ହୋଇଛନ୍ତି । ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ ସମେତ ୧୦ ଦଫା ଦାବି ନେଇ ଏହି ସମାବେଶ ଆୟୋଜନ ହେଉଛି ।