ଆଇଏନଏସ୍ ବିକ୍ରମାଦିତ୍ୟରେ ଲାଗିଲା ନିଆଁ ! ଲେଫ୍ଟିିନାଣ୍ଟ୍ କମାଣ୍ଡରଙ୍କର ମୃତ୍ୟୁ ।

378

ଆଇଏନଏସ୍ ବିକ୍ରମାଦିତ୍ୟରେ ଆଜି ସକାଳେ ନିଆଁ ଲାଗିବା କାରଣରୁ ଲେଫ୍ଟିିନାଣ୍ଟ୍ କମାଣ୍ଡରଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ଆଇଏନଏସ୍ ବିକ୍ରମାଦିତ୍ୟ କରବାର ବନ୍ଦରଗାହ ପାଖରେ ପହଂଚିବାକୁ ଯାଉଥିଲା । ଲେଫ୍ଟିିନାଣ୍ଟ୍ କମାଣ୍ଡର ଡିଏସ୍ ଚୌହାନ ନିଆଁ ଲିଭାଇବାର କାମ କରୁଥିଲେ । କିଛି ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଧୂଆଁ କାରଣରୁ ସେ ଅଚେତ ହୋଇଯାଇଥିଲେ । ପରେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ଜାଞ୍ଚ୍ କାର୍ଯ୍ୟ ଆରମ୍ଭ କରାଯାଇଛି ।

ଆଇଏନଏସ୍ ବିକ୍ରମାଦିତ୍ୟରେ କ’ଣ ଥିଲା ଖାସ୍ ?

ଏହି ଜାହାଜ ସମୁଦ୍ରରେ ଚାଲୁଥିବା ଏକ ଅଭେଦ୍ୟ କିଲ୍ଲା ସ୍ୱରୁପ ଦେଖାଯାଏ । ୨୮୩.୫ ମିଟର ଲମ୍ବା ଅର୍ଥାତ୍ ଫୁଟବଲର ତିନୋଟି ପଡିଆ ସଙ୍ଗେ ସମାନ । ୪୪,୫୦୦ ଟନ୍ ଭାରୀ ଭାରତୀୟ ନୌସେନାର ସବୁଠାରୁ ଲମ୍ବା ଏବଂ ବିଶାଳ ଯୁଦ୍ଧପୋତ –ସାଗର ସମ୍ରାଟ ହେଉଛି ଆଇଏନଏସ୍ ବିକ୍ରମାଦିତ୍ୟ ।