ମହାପ୍ରଭୁଙ୍କ ନାଁରେ ମହା ଘୋଟାଲା : ସାମ୍ନାକୁ ଆସୁଛି ନବକଳେବରର ଗୋଟିଏ ପରେ ଗୋଟିଏ ସ୍କାମ୍

26

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ମହାପ୍ରଭୁଙ୍କ ନାଁରେ ମହା ଘୋଟାଲା । ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବରରେ ଯେଉଁସବୁ ଭିତିଭୂମି ନିର୍ମାଣ କରାଯାଇଛି, ସେସବୁ ଉପରେ ଏବେ ଲାଗିଛି ବଡ ପ୍ରଶ୍ନ ଚିହ୍ନ । ନବକଳେବର ବେଳେ ଶ୍ରୀକ୍ଷେତ୍ରରେ ତିଆରି ହୋଇଥିଲା ମଜବୁତ୍ ରାସ୍ତା । କୋଟି କୋଟି ଟଂକା ଖର୍ଚ୍ଚ ହୋଇଥିଲା ରାସ୍ତା । ପ୍ରଥମେ ସ୍ୱେରେଜ ବୋର୍ଡ ୨୫ ଲକ୍ଷ ଟଂକାରେ ରାସ୍ତା ଓ ନାଳ କାମ କରିଥିଲା । ୨ ମାସ ପରେ ପିଡବ୍ଲୁଡି ଖର୍ଚ୍ଚ କରିଥିଲା ୭୦ ଲକ୍ଷ ଟଂକା । ହେଲେ ଏତିକିରେ ସରିନଥିଲା ରାସ୍ତା କାମ । ପୁଣି ଦେଢମାସ ପରେ ଅବସ୍ଥା ହୋଇପଡିଥିଲା ଶୋଚନୀୟ । ଏହାପରେ ପାଳି ପଡିଥିଲା ଡ୍ରେନେଜ ବିଭାଗର । ବଳକା ଟଂକାରେ ପୁଣି ତିଆରି ହେଲା ରାସ୍ତା କାମ । ତିନି ତିନି ଥର ତିଆରି ପରେ ବି ରାସ୍ତାର ନିର୍ମାଣର ବର୍ଷେ ନପୁରୁଣୁ ରାସ୍ତା ଫାଟି ଆଁ କଲାଣି । ଏଥିରୁ ଅନୁମାନ କରିହେବ ଯେ ନବକଳେବର ସମୟରେ ତିଆରି ହୋଇଥିବା କାମ, କେଉଁ ମାନର ।

ଏଥିପାଇଁ ସନ୍ଦେହଘେରକୁ ଆସିଛି ମହେଶ୍ୱର ମହାନ୍ତିଙ୍କ କାର୍ଯ୍ୟ ଦକ୍ଷତା । ନବକଳେବର ବେଳେ ପୁରୀ ବିଧାୟକଙ୍କୁ ସରକାର କରିଥିଲେ ଭିତ୍ତିଭୂମି ତଦାରଖ କମିଟି ଅଧ୍ୟକ୍ଷ । ମିଳିଥିଲା କ୍ୟାବିନେଟ୍ ପାହ୍ୟା , ଗାଡିରେ ଲାଗିଥିଲା ନାଲିବତୀ । ହେଲେ ରାସ୍ତା କାମର କେମିତି ତଦାରଖ କରୁଥିଲେ ମହେଶ୍ୱର , ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।

ଏହା ସହ ୧୯ ତାରିଖ ସୁଦ୍ଧା ଶେଷ ହେବ ପୁରୀ ସମଯାଜପୁର ରେଲୱେ ଓଭରବ୍ରିଜ୍ ମରାମତି