ପୁଣି ଚାଷୀଙ୍କୁ ଡରାଇଲା ପ୍ରଶାସନ ! ଚାଷୀ ସମାବେଶର ଭଣ୍ଡୁର ପାଇଁ ପେଂଚ କାଢ଼ିଛି ଜଗତସିଂପୁର ଜିଲ୍ଲା ପ୍ରଶାସନ

23

କନକ ବ୍ୟୁରୋ: ପୁଣି ଚାଷୀଙ୍କୁ ଡରାଇଲା ଜଗତସିଂପୁର ଜିଲ୍ଲା ପ୍ରଶାସନ । ଚାଷୀ ସମାବେଶକୁ ଭଣ୍ଡୁର କରିବାକୁ ପେଂଚ କାଢ଼ିଛି ଜିଲ୍ଲା ପ୍ରଶାସନ । ନିର୍ବାଚନ ଆଚରଣ ବିଧିକୁ ବାହାନା କରି ସରକାର ବିରୋଧରେ ପାଟି ନଖୋଲିବାକୁ ଆଗୁଆ କଟକଣା ଜାରି କରିଛି । ନବନିର୍ମାଣ କୃଷକ ସଂଗଠନର କୃଷକ ଅଧିକାର ଯାତ୍ରାର ଉଦଯାପନ ଅବସରରେ ଗତକାଲି ଏଭଳି ସର୍ତମୂଳକ ଅନୁମତି ଦେଇଛି ପ୍ରଶାସନ ।

ତେବେ ସର୍ତ୍ତ ରଖାଯାଇଛି ଆଚରଣ ବିଧି ଉଲଘଂନ ହେବା ପରି ପଦୁଟିଏ ବି କହିବେ ନାହିଁ । ଯେଉଁ ବ୍ୟକ୍ତିମାନେ ରାଜନୈତିକ ଦଳ ସହିତ ସମ୍ପୃକ୍ତ ଅଛନ୍ତି ସେମାନେ ଏ ସମାବେଶରେ ଯୋଗ ଦେଇ ପାରିବେ ନାହିଁ । ଜିଲ୍ଲା ପ୍ରଶାସନର ଏଭଳି କଟକଣା ଖବରକୁ ନେଇ ସମଗ୍ର ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜି ଜଗତସିଂପୁର ଜିଲ୍ଲାପାଳ ପଡିଆରେ ଚାଷୀ ସମାବେଶ ହେବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-