ପ୍ରକୃତି ବନ୍ଧୁ ପର୍ଶୁରାମ : ଭଲଭାବେ ବୁଝିଛନ୍ତି ପରିବେଶର ମୂଲ୍ୟ, ପରବର୍ତ୍ତୀ ପୀଢ଼ିକୁ ସୁରକ୍ଷିତ କରିବା ପାଇଁ ଲଗାଉଛନ୍ତି ଗଛ, ୧୭ ବର୍ଷ ହେବ ଜାରି ରଖିଛନ୍ତି ସାଧନା

225

କନକ ବ୍ୟୁରୋ : ପରିଣତ ବୟସରେ ପରିବେଶ ଚିନ୍ତା । ଇଚ୍ଛା ଓ ଆନ୍ତରିକତାରେ ବାଧକ ସାଜିପାରିନି ବୟସ । ପାଟି ଖନି ମାରି ଯାଉଛି, ବାଡ଼ି ଧରି ଚାଲୁଛନ୍ତି । ତଥାପି ଗଛ ଲଗାଇବା ନିଶା ଛାଡ଼ିନି । ଚାକିରିରୁ ଅବସର ଗ୍ରହଣ କରିବା ପରେ ପରିବେଶ ସୁରକ୍ଷାରେ ନିଜକୁ ହଜାଇ ଦେଇଛନ୍ତି ପ୍ରାଣବନ୍ଧୁ । ୧୭ ବର୍ଷ ହେଲ ଲଗାତାର ଗଛ ଲଗାଇ ନିଜ ଅଞ୍ଚଳକୁ ସବୁଜ ସୁନ୍ଦର କରିପାରିଛନ୍ତି ଗଞ୍ଜାମ ଜିଲ୍ଲାର ପର୍ଶୁରାମ ପ୍ରଧାନ ।

ଏହି ନିଆରା ମଣିଷ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ କେପିଟି ଗ୍ରାମର ପର୍ଶୁରାମ ପ୍ରଧାନ ।  ବୟସରେ ଅପରାହ୍ନରେ ଗଛରୋପଣ ନିଶାକୁ ଧିମା କରିପାରିନି । ୭୦ ବର୍ଷ ବୟସରେ ବି ଗଛ ଲଗାଇବା ନିଶା ଘାରିଛି । ସନ୍ତୁଳିତ ତଥା ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ଚାକିରିରୁ ଅବସର ଗ୍ରହଣ କରିବା ପରେ ଗଛ ଲଗାଇଚାଲିଛନ୍ତି । ବିଗତ ୧୭ ବର୍ଷ ହେଲା ଗଛ ଲଗାଇ ଚାଲିଛନ୍ତି । ଖରାବର୍ଷା କି ଶୀତକୁ ଖାତିର ନାହିଁ ।  ସକାଳେ ହେଲେ ପ୍ରତିଦିନ ଶାବଳ, କୋଦାଳ ଓ କିଛି ଚାରା ଧରି ବାହାରି ପଡ଼ନ୍ତି । ଯେଉଁଠି  ଫାଙ୍କା ସ୍ଥାନ ଦେଖିଲେ ଚାରା ପୋତିଦିଅନ୍ତି । ନାଗାଲାଣ୍ଡ ଆର୍ମର ପୋଲିସ ଭାବେ କାର୍ଯ୍ୟ ସମ୍ପାଦନ କରିବା ପରେ ୨୦୦୩ ମସିହାରେ ନିଜ ଗ୍ରାମ କେପିଟିକୁ ଫେରିଥିଲେ ।  ଆଉ ସେବେଠାରୁ ସ୍ୱାର୍ଥହୀନ ସଂଗ୍ରାମ ଜାରି ରଖିଛନ୍ତି । ଏବେ ସୁଦ୍ଧା ସେ ହଜାର ହଜାର ଗଛ ଲଗାଇ ସାରିଲେଣି । 

ଦେଶର ଲୋକଙ୍କ ପାଇଁ ସେବା କରିବି । ସହଯୋଗ କରିଛି । ୨୦୦୩ରୁ ଆରମ୍ଭ କରିଛି ଏହି ଅଭିଯାନ । ମୋ’ ଗୋଡ଼ ହାତ ଚାଲିଲା ପର୍ଯ୍ୟନ୍ତ କର୍ତ୍ତବ୍ୟ କରିବି । ଏବେ ପର୍ଯ୍ୟନ୍ତ ସେ ୧୪୦୦ ଗଛ ଲଗାଇ ସାରିଛନ୍ତି । ପିଲାଛୁଆ ନଥିବା ବେଳେ ଗଛ ଲତା ହିଁ ତାଙ୍କ ପାଇଁ ଭାଇବନ୍ଧୁ କୁଟୁମ୍ବ ଓ ବନ୍ଧୁ ପାଲଟିଛନ୍ତି । ବଂଚିବା ପର୍ଯ୍ୟନ୍ତ ବୃକ୍ଷରୋପଣ କରିଚାଲିଥିବେ ବୋଲି ସେ କହିଛନ୍ତି । 

କେପିଟି ଗ୍ରାମର ଦୁଇ ପାର୍ଶ୍ୱରେ ଛିଡ଼ା ହୋଇଥିବା ଗଛକୁ ନିଜର ପରିବାର ସଦସ୍ୟ ଭାବନ୍ତି ପର୍ଶୁରାମ । ପର୍ଶରାମଙ୍କର କୌଣସି ସନ୍ତାନସନ୍ତତି ନଥିବା ବେଳେ ତାଙ୍କ ସ୍ତ୍ରୀ ଏବେ ଆରପାରିରେ । ହେଲେ ଗଛଲତାକୁ ପାଇ ସେ କେବେ ନିଜକୁ ଏକା ମଣିନାହାନ୍ତି । ଜୀବନ ଥିବା ପର୍ଯ୍ୟନ୍ତ ଗଛ ଲଗାଇବା ଜାରି ରହିବ ବୋଲି ସେ କହିଛନ୍ତି ।