ପୁରୁଷଙ୍କ ଏହି ସବୁ କଥାରେ କାନ୍ଦି ପକାନ୍ତି ମହିଳା !

50

ପୁରୁଷଙ୍କ ଅପେକ୍ଷା ମହିଳାମାନେ ଟିକେ ଅଧିକ ଭାବପ୍ରବଣ । ଛୋଟ ଛୋଟ କଥାରେ ଅଧିକାଂଶ ମହିଳା କାନ୍ଦି ପକାଉଥିବା ଦେଖିବାକୁ ମିଳିଥାଏ । ମାତ୍ର ଅଧିକାଂଶ ସମୟରେ ମହିଳାଙ୍କ ଆଖି ଲୁହର କାରଣ କେଉଁ ନା କେଉଁ ପୁରୁଷ ହୋଇଥାନ୍ତି । ତେବେ, ଆସନ୍ତୁ ଜାଣିବା ପୁରୁଷଙ୍କର କେଉଁ ସବୁ କଥାରେ ମହିଳା କାନ୍ଦି ପକାଇଥାନ୍ତି ।

-କେବେ କେବେ ପୁରୁଷମାନେ ଉଦ୍ଦେଶ୍ୟମୂଳକ ଭାବେ ନ ହେଲେ ବି ଅଜାଣତରେ ମହିଳାମାନଙ୍କ ଭାବନାକୁ ଅଣଦେଖା କରିଥାନ୍ତି । ମହିଳାମାନେ କୌଣସି କଥା ହେଉଥିବା ସମୟରେ ସୋମାନଙ୍କ କଥା ନ ଶୁଣି ଯଦି ତାଙ୍କ ପ୍ରିୟ ପୁରୁଷ ଜଣକ ଅଣଦେଖା କରି ଚାଲିଯାଆନ୍ତି ତେବେ ମହିଳାମାନେ କାନ୍ଦି ପକାଇଥାନ୍ତି ।

-ଦେଇଥିବା ସମୟରେ ନ ଆସି ବିଳମ୍ବରେ ପହଞ୍ଚିବା ପୁରୁଷମାନଙ୍କର ଏକ ପ୍ରବୃତ୍ତି ହୋଇଥାଏ । ସେମାନଙ୍କର ଏହି ଗୁଣରେ ବି ମହିଳାମାନେ ବ୍ୟତିବ୍ୟସ୍ତ ହୋଇ ଲୁହ ଝରାଇ ପକାନ୍ତି ।

-କୌଣସି କାରଣରୁ ପୁରୁଷଟିଏ ଯଦି ନିଜ ପତ୍ନୀ/ପ୍ରେମିକାଙ୍କ ସାମ୍ନାରେ ଅନ୍ୟ ମହିଳାଙ୍କ ପ୍ରଶଂସା କରନ୍ତି ତେବେ ସେ ପରିସ୍ଥିତିରେ ମଧ୍ୟ କାନ୍ଦିବା ନିଶ୍ଚିତ ।

-ପୁରୁଷମାନେ ଯଦି ରାଗରେ ଆସି ମହିଳାଙ୍କ ପରିବାର ଲୋକଙ୍କ ବିଷୟରେ କିଛି କହି ଦିଅନ୍ତି ସେ ସମୟରେ ମଧ୍ୟ ମହିଳାଙ୍କ ଆଖିରୁ ଲୁହ ଝରିପଡ଼ିଥାଏ ।

– ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କଳି ସମୟରେ ଯଦି ପୁରୁଷ ଜଣକ ନିଜ ଆଡୁ ଚୁପ୍‌ ନ ହୁଅନ୍ତି ତେବେ ବି ମହିଳା କାନ୍ଦିଥାନ୍ତି ।

-କେତେକ ସମୟରେ ପୁରୁଷଙ୍କ ନିସ୍ୱାର୍ଥପର ପ୍ରେମ ଦେଖି ମଧ୍ୟ ମହିଳା ଭାବପ୍ରବଣ ହୋଇ କାନ୍ଦିପକାନ୍ତି ।