ପେଟ୍ରୋଲ ,ଡିଜେଲ୍ ପରେ ଗ୍ରାହକଙ୍କୁ କନ୍ଧାଇବ ସିଲିଣ୍ଡର ଦର ! ଅକ୍ଟୋବର ୧ ରୁ ବଢିବ ଗ୍ୟାସ୍ ସିଲିଣ୍ଡରର ଦାମ୍ ।

106

ପେଟ୍ରୋଲ,ଡିଜେଲ ପରେ ଏବେ ଘରୋଇ ଗ୍ୟାସର ପାଳି । ଭାରତୀୟ ମୁଦ୍ରା ଦୁର୍ବଳ ହେବାରୁ ସରକାର ଘରେ ବ୍ୟବହୃତ ହେଉଥିବା ସିଏନଜି ଏବଂ ପିଏନଜି ଭଳି ଘରୋଇ ଗ୍ୟାସରେ ପୁନଶ୍ଚ ଦାମ୍ ବଢାଇବାକୁ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ୟୁରିଆ ଏବଂ ବିଜୁଳୀ ଉତ୍ପାଦନରେ ମଧ୍ୟ ଦରଦାମ୍ ବୃଦ୍ଧି ହେବ । ଏହାସହ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ହେବା ଏବଂ ଟଙ୍କାରେ ଆସୁଥିବା ଦୁର୍ବଳତାକୁ ନେଇ କମ୍ପାନୀ ତରଫରୁ ମଧ୍ୟମ୍ର ବଢାଇବାକୁ ନେଇ ପ୍ରେସର ରହୁଛି । ଏମିତିରେ ଅକ୍ଟୋବର ୧ ତାରିଖରୁ ଉପଭୋକ୍ତାଙ୍କୁ ଗାଡି ତଥା ଘରୋଇ ପ୍ରୟୋଗ ପାଇଁ ବ୍ୟବହୃତ ହେଉଥିବା ଗ୍ୟାସ୍ ଦାମ ଅଧିକ ଦେବାକୁ ପଡିପାରେ । ଦିନକୁ ଦିନ ଘରୋଇ ଗ୍ୟାସର ବର୍ଦ୍ଧିତ ଦରର ପ୍ରଭାବ ସିଏନଜି ଏବଂ ପିଏନଜି ଦରରେ ପଡିବ । ଅନ୍ୟପକ୍ଷରେ,କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ ଉତ୍ପାଦ କରରେ କୌଣସି ଛାଡ ହେବନାହିଁ । ଏମିତିରେ ବର୍ଦ୍ଧିତ ଦରରେ ଉପଭୋକ୍ତାଙ୍କ ବାହନ ଏବଂ ଘରେ ବ୍ୟବହାର ହେଉଥିବା ଗ୍ୟାସର ବିଲ୍ ଦେବାକୁ ପଡିଥାଏ ।

ଗ୍ୟାସ୍ ଉପଭୋକ୍ତାଙ୍କ ଉପରେ ଏହାର କିଭଳି ପ୍ରଭାବ ପଡିବ ।

ଉପଭୋକ୍ତା ଗ୍ୟାସ୍               ବର୍ତ୍ତମାନ ଦର           ଅକ୍ଟୋବର ୧ ରୁ ଦର(ଅନୁମାନ)

ସିଏନଜି (କିଗ୍ରା ପ୍ରତି)               ୪୨.୬୦                     ୨-୨.୫୦ ଟଙ୍କା

ପିିଏନଜି (କିଗ୍ରା ପ୍ରତି)               ୨୮.୨୫                        ୩-୪ ଟଙ୍କା

ଏଲପିଜି(ଘରୋଇ ସବସିଡି)      ୪୯୯.୫୧                    ୧୦-୧୫ ଟଙ୍କା

ବିନା ସବସିଡିର ସିଲିଣ୍ଡର           ୮୨୦                       ୯୦୦ ଟଙ୍କା (ଅନୁମାନିକ)