ଯୋଗନୀତିରେ ରାଜନୀତି ପୁରାଇଲା ବିଜେଡି

40

କନକ ବ୍ୟୁରୋ : ମୋଦିଙ୍କ ଯୋଗକୁ ନବୀନଙ୍କ ନା । ଠିକ ବର୍ଷକ ତଳେ ପ୍ରଥମ ଯୋଗ ଦିବସରେ ସାମିଲ ହୋଇଥିଲେ ନବୀନଙ୍କ କ୍ୟାବିନେଟର ଚାରି ସହଯୋଗୀ । ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସକୁ ଥିଲା ନବୀନଙ୍କ ଗ୍ରୀନ ସିଗନାଲ । ହେଲେ ବର୍ଷକ ଭିତରେ ବଦଳିଗଲା ଆଭିମୁଖ୍ୟ । ପ୍ରସଙ୍ଗରେ ପଶିଗଲା ରାଜନୀତି । ତେବେ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ସରକାରକୁ ଘେରିଛନ୍ତି । କହିଛନ୍ତି , ଯୋଗ ଦିବସ ରାଜନୈତିକ କାର୍ଯ୍ୟକ୍ରମ ନୁହଁ, ବରଂ ସାମାଜିକ ଆନ୍ଦୋଳନା ଅଜ୍ଞାନତା କାରଣରୁ ରାଜ୍ୟ ସରକାର ନିର୍ବୋଧତା କରୁଛନ୍ତି ।

ପ୍ରଶ୍ନ ଉଠୁଛି, ଯୋଗକୁ ରାଜ୍ୟ ସରକାର ରାଜନୀତି ସହ ଯୋଡୁଛନ୍ତି କି? ମୋଦି ସରକାରଙ୍କ ପଦକ୍ଷେପକୁ ଆପଣାଇବାକୁ ନବୀନ କୁଣ୍ଠିତ କାହିଁକି?

ତେବେ ବିବାଦ ଭିତରେ ରାଜ୍ୟରେ ପାଳନ ହୋଇଛି ଯୋଗ ଦିବସ । ଯୋଗରେ ସାମିଲ ହୋଇଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ । ଗୋଟିଏ ପରେ ଗୋଟିଏ ମୁଦ୍ରାରେ ଆସୁଥିଲେ ମୋଦିଙ୍କ ଦୁଇ ସହଯୋଗୀ । ଆଉ ପଛରେ ଥିଲା ପୁରା ପ୍ଲାଟୁନ ।