ଜାଣନ୍ତୁ ପାଣିପାଗ ବିଭାଗରେ ଜାରି କରାଯାଉଥିବା ରେଡ୍,ଅରେଞ୍ଜ ଏବଂୟେଲୋ ଆଲର୍ଟର ପ୍ରକୃତ ଅର୍ଥ କ’ଣ ?

508

ଓଡିଶାରେ ଆସନ୍ତା ୩୬ ଘଂଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏନେଇ ଓଡିଶା ପାଇଁ ଅରେଂଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଉତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏଥିସହ ଦକ୍ଷିଣ ଛତିଶଗଡରେ ଆଉ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ମିଶିଥିବାରୁ ଓଡିଶାରେ ମୌସୁମୀ ବାୟୁ ସକ୍ରିୟ ରହିଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କଳାହାଣ୍ଡି, ଗଂଜାମ, ପୁରୀ, ବରଗଡ, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୁର୍ବାନୁମାନ କରାଯାଇଛି । ଆସନ୍ତା ୪୮ ଘଂଟା ଭିତରେ କେତେକ ସ୍ଥାନରେ ୧୦୦ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏଭଳି ଆଲର୍ଟ ପାଣିପାଗରେ କାହିଁକି ଏବଂ କେଉଁ କାରଣରୁ ଜାରି କରାଯାଏ ଜାଣନ୍ତୁ ।

 

ପାଣିପାଗ ବିଭାଗ ଅନୁସାରେ, ଏହି ଆଲର୍ଟସ ପାଇଁ ରଙ୍ଗର ଚୟନ କେତୋଟି ଏଜେନ୍ସିଙ୍କ ଦ୍ୱାରା ମିଳିତ ପ୍ରକ୍ରିୟାରେ ସ୍ଥିରୀକୃତ କରାଯାଇଛି । ଖାସ୍ କରି ପ୍ରଚଣ୍ଡ ଖରା,ଶୀତ ଏବଂ ମୌସୁମୀ କିମ୍ବା ଘୂର୍ଣ୍ଣିଝଡର ବିବରଣୀ ଦେବା ପାଇଁ ଏହି ରଙ୍ଗର ବ୍ୟବହାର କରାଯାଏ । ଯେମିତି ଯେମିତି ଋତୁ ତା ଚରମ ରୁପ ଆଡକୁ ଅଗ୍ରସର ହୁଏ ତାହାକୁ ଆଖି ଆଗରେ ରଖି ଆଲର୍ଟର ମଧ୍ୟ ଚୟନ କରାଯାଏ । ।

 

ୟେଲୋ ଆଲର୍ଟ : ୟେଲୋ ଆଲର୍ଟ ଏହା ସୁଚାଏ ଯେ ବିପଦ ପ୍ରତି ସତର୍କ ରୁହନ୍ତୁ । ଏହି ଆଲର୍ଟ ଲୋକଙ୍କୁ ସତର୍କବାଣୀ ଦେଇଥାଏ । ଏହି ଆଲର୍ଟ ଜଷ୍ଟୱାଚର ସିଗନାଲ୍ ଦେଇଥାଏ ।

ଅରେଞ୍ଜ ଆଲର୍ଟ : ଅରେଞ୍ଜ ଆଲର୍ଟର ଅର୍ଥ ବିପଦ । ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ପାଗ ଯେମିତି ଯେମିତି ଖରାପ ହୁଏ ୟେଲୋ ଆଲର୍ଟକୁ ଅପଡେଟ୍ କରାଯାଇ ଅରେଞ୍ଜ କରାଯାଏ । ଏହି ଆଲର୍ଟରେ ଲୋକଙ୍କୁ ସାବଧାନତାର ରହିବା ପାଇଁ କୁହାଯାଏ ଏବଂ ବାହାରକୁ ବାହାରିବା ପାଇଁ ବାରଣ କରାଯାଏ ।

ରେଡ୍ ଆଲର୍ଟ : ବିପଦପୂର୍ଣ୍ଣ ସ୍ଥିତି । ପାଣିପାଗ ବିଭାଗର ସୁଚନା ଅନୁସାରେ ଯେତେବେଳେ ପାଗ ଅଧିକରୁ ଅଧିକ ଖରାପ ହୁଏ ଏବଂ ଧନଜୀବନ ହାନି ହେବାର ପରିସ୍ଥିତି ଉପୁଜେ ସେତେବେଳେ ରେଡ୍ ଆଲର୍ଟ ଜାରି କରାଯାଏ ।