ଜାତୀୟ ଯୁଦ୍ଧ ସ୍ମାରକୀର ଉଦଘାଟନ କଲେ ନରେନ୍ଦ୍ର ମୋଦି ! 

277

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାତୀୟ ଯୁଦ୍ଧ ସ୍ମାରକୀ ବା ନ୍ୟାସନାଲ ୱାର ମେମୋରିଆଲର ଉଦଘାଟନ କରିଛନ୍ତି । ପ୍ରାୟ ୪୦ ଏକର ପରିମିତ ଅଂଚଳରେ ନିର୍ମିତ ଏହି ସ୍ମାରକୀ ଦେଶର ସହିଦ ସୈନିକଙ୍କ ପାଇଁ ସମର୍ପିତ । ଏହି ଅବସରରେ ଉଦବୋଧନ ଦେଇ ମୋଦ କହିଛନ୍ତି ଯେ ଏହି ସ୍ମାରକୀ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ହଜାର ହଜାର ବୀର ସୈନିକଙ୍କ ଉଦ୍ଦେଶ୍ୟରେ ସମର୍ପିତ । ଏହାବ୍ୟତୀତ ସେ କହିଛନ୍ତି ଦେଶର ସେନା  ପାଇଁ ଏପରି ସ୍ମାରକୀ ବହୁ ଆଗରୁ ନିର୍ମିତ ହେବାର ଥିଲା ।

ଭାରତୀୟ ସେନା ବିଶ୍ୱର ସବୁଠାରୁ ଘାତକ ଓ ପେସାଦାର ସେନା ମଧ୍ୟରେ ଅନ୍ୟତମ । ସେମାନେ ସବୁବେଳେ ଦେଶର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି । ଦେଶର ସରକାର ଯବାନ ମାନଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଯବାନମାନଙ୍କ ସୁରକ୍ଷା ପାଇଁ ସରକାର ୨ ଲକ୍ଷ ୩୦ ହଜାର ବୁଲେଟ ପ୍ରୁଫ ଜ୍ୟାକେଟ ଖରିଦ କରିଛନ୍ତି । ସେହିପରି ସେନାରେ ମହିଳାମାନଙ୍କୁ ପର୍ମାନେଣ୍ଟ କମିଶନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଫଳରେ ମହିଳାମାନେ ସେନାରେ ପୁରୁଷମାନଙ୍କ ସହ ସମାନ ହୋଇପାରିବେ । ଅନ୍ୟପକ୍ଷରେ ନିୟନ୍ତ୍ରଣ ରେଖା ଓ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ମୃତ ବା ଆହତ ହେଉଥିବା ଯବାନ ମାନଙ୍କ ପାଇଁ ପେନସନ ସୁବିଧା ଦିଆଯାଉଛି । ସେହିପରି ସେନା ପେନସନ ପରିମାଣକୁ ୪୦ ପ୍ରତିଶତ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଛି ।