ପ୍ରତିଭା ମାପିବ ବିଜ୍ଞାନ କଂଗ୍ରେସ: ଭୁବନେଶ୍ୱରରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଦେଶ ବିଦେଶରୁ ଭାଗ ନେଇଛନ୍ତି ୮୦୦ ଛାତ୍ରଛାତ୍ରୀ

105

କନକ ବ୍ୟୁରୋ: ଭୁବନେଶ୍ୱରରେ ଆଜିଠାରୁ ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଏଥରେ ୧୦ରୁ ୧୭ ବର୍ଷର ୮ ଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୫ ଦିନ ଧରି ଚାଲିବ ।

ଭାରତ ସମେତ ୫ଟି ମଧ୍ୟପ୍ରାଚ୍ୟ ଓ ୧୦ଟି ଏସିଆନ ରାଷ୍ଟ୍ରର ଶିଶୁ ଏଥିରେ ସାମିଲ ହୋଇଛନ୍ତି । ଜାତୀୟ ବିଜ୍ଞାନ କଂଗ୍ରେସରେ ଚଳିତବର୍ଷର ବିଷୟ ବସ୍ତୁ ରହିଛି- ସ୍ୱଚ୍ଛ, ସବୁଜ ଓ ସୁସ୍ଥ ଦେଶ ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନୂତନ ପ୍ରବର୍ତନ । ଏହାକୁ ନେଇ ଛାତ୍ରଛାତ୍ରୀ କଂଗ୍ରେସରେ ପ୍ରକଳ୍ପ ପ୍ରଦର୍ଶନ କରିବେ । ଏହାଛଡା ଗବେଷଣା ଓ ନୂଆ ଚିନ୍ତାଧାରା ନେଇ ଛାତ୍ରଛାତ୍ରୀ ବିଜ୍ଞାନ କଂଗ୍ରେସରେ କାର୍ଯ୍ୟ କରିବେ ।