ଆରମ୍ଭ ହେଲା ଅନୁସନ୍ଧାନ ! ମାଟି ଫଟାଇ ଖୋଜା ଚାଲିଛି ତୈଳ ଓ ଇନ୍ଧନ ଗ୍ୟାସ୍

26

ବାଲେଶ୍ୱର : ଓଡିଶାର ମାଟିତଳୁ ଖୋଜା ଆରମ୍ଭ ହେଲା ପ୍ରାକୃତିକ ତୈଳ ଓ ଗ୍ୟାସ୍ । ବାଲେଶ୍ୱର ଜିଲ୍ଲା ତରଙ୍ଗାରୁ ଏହି ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପାଖାପାଖି ୨୫ ବର୍ଷ ପରେ ଏହି ଅଭିଯାନ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୬ଟି ଜିଲ୍ଲାରେ ଏହି ସର୍ଭେ ହେବ । ଆଉ ଯଦି ଇନ୍ଧନ ଥିବା ଅନୁମାନ ସତ ହୁଏ ତେବେ ବଦଳିଯିବ ଓଡିଶାର ଅର୍ଥନୀତି । ଆଜି ନ୍ୟାସନାଲ୍ ସେସମିକ୍ ପ୍ରୋଗ୍ରାମର ଉଦଘାଟନ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମହନଦୀ ବେସିନରେ ପ୍ରତି ୬୦୦ ଫୁଟ୍ ଦୂରତାରେ ଫଟାଇ ଖୋଜାଯିବ ଭୂତଳ ସଂପଦ । ଏପରି ୨୨୨୫ଟି ବ୍ଲାଷ୍ଟ୍ କରାଯିବ ପ୍ରାୟ ୧୦୦ କିଲୋମିଟର ପର୍ଯ୍ୟନ୍ତ । ପ୍ରଥମେ ବାଲେଶ୍ୱର ଓ ଭଦ୍ରକ ପରେ ରାଜ୍ୟର ୬ଟି ଉପକୂଳ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆସନ୍ତା ୯ ପର୍ଯ୍ୟନ୍ତ ଚାଲିବ । ପରବର୍ତ୍ତୀ ସମୟରେ ମୟୂରଭଞ୍ଜ, କେନ୍ଦୁଝରରେ ମଧ୍ୟ ସର୍ଭେ ଚାଲିବ । ଯଦି ସାଟେଲାଇଟର ଅନୁମାନ ସତ ହୁଏ ଓ ସର୍ଭେରୁ ଭୂତଳ ସଂପଦର ସୂଚନା ମିଳେ , ତେବେ ଅଭିଯାନ ଆଗକୁ ମିଳିବ । ସେପଟେ ବିସ୍ଥାପନର ଭୟ ଘାରିଛି ସର୍ଭେ ଆରମ୍ଭ ହୋଇଥିଲା ଅଂଚଳବାସୀଙ୍କୁ ।