ମୂଷା ପାଇଁ ହନ୍ତସନ୍ତ ରେଳ ବିଭାଗ ! ଦେବାକୁ ପଡିବ ୨୫.୦୦୦ ଟଙ୍କାର ଜରିମାନା ।

49

ମୂଷାଙ୍କ ଉତ୍ପାତ ଘରଠାରୁ ଆରମ୍ଭ କରି କାର୍ଯ୍ୟାଳୟ ଚାରିଆଡେ ବ୍ୟାପି ହୋଇରହିଛି । ତେବେ ବର୍ତ୍ତମାନ ଆମେ ଆପଣଙ୍କୁ ଯେଉଁ ଖବର ବିଷୟରେ କହିବାକୁ ଯାଉଛୁ ତାକୁ ଶୁଣି ଆପଣ ମଧ୍ୟ ମୂଷାଙ୍କୁ ଦୁରରୁ ଜୁହାର କରିବାକୁ ଚିନ୍ତା କରିବେ ।

ଘଟଣାଟି ହେଉଛି କିଛି ଏପରି ଚଳନ୍ତା ଟ୍ରେନରେ ଜିଲ୍ଲା ଉପଭୋକ୍ତା ଫୋରମର ଜଣେ ଯାତ୍ରୀଙ୍କୁ ମୂଷା କାମୁଡିଦେବାରୁ ଯାତ୍ରୀଙ୍କୁ ୨୫ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ରେଲୱେକୁ ଆଦେଶ ଦିଆଯାଇଛି । ଫୋରମ୍ ଯାତ୍ରୀଙ୍କୁ ୨୦୦୦ ଟଙ୍କା ଚିକିତ୍ସା ଖର୍ଚ୍ଚ ଦେବା ପାଇଁ ମଧ୍ୟ କହିଛି । ତେବେ ଏହି କ୍ଷତିପୂରଣ ୩ ମାସ ମଧ୍ୟରେ ଦେବାକୁ ରେଳବାଇକୁ କୁହାଯାଇଛି । ଏଭଳି ନକଲେ ୯ ପ୍ରତିଶତ ସୁଧ ଦେବାକୁ ମଧ୍ୟ ଫୋରମ୍ ତରଫରୁ କୁହାଯାଇଛି ।

ଜିଲ୍ଲା ଉପଭୋକ୍ତା ଫୋରମର ଅଧ୍ୟକ୍ଷ ଆରବୀ ଦିନଦୟାଲନ୍ ତଥା ସଦସ୍ୟ ଏସ୍.ରାଜଲକ୍ଷ୍ମୀ ମୂଷା ଯୋଗୁଁ ଯାତ୍ରୀଙ୍କୁ ହୋଇଥିବା ପୀଡା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା କଥା ଜଣାପଡିଛି । ତେବେ ଏହି ଘଟଣା ଚେନ୍ନାଇ ଯାତ୍ରା ସମୟରେ ବେଙ୍କଟଚଲମ୍ ନାମକ ଜଣେ ଯାତ୍ରୀଙ୍କ ସହ ଘଟିଥିଲା । ଶେଷରେ ସେ ଏମ୍ମୋର ଷ୍ଟେସନରୁ ଓହ୍ଲାଇ ଏକ ଘରୋଇ ହସପିଟାଲରେ ଉପଚାର କରାଇଥିଲେ । ତେବେ ପୀଡିତଙ୍କ କହିବାନୁସାର ଟିଟିଆଇଙ୍କୁ ଏନେଇ କହିବା ଏବଂ କ୍ଷତ ଦେଖାଇବା ପରେ ମଧ୍ୟ ସେ ଏନେଇ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରିନଥିଲେ ।