ରେଳ ଦୁର୍ଘଟଣା ରୋକିବା ପାଇଁ ଭାରତୀୟ ରେଳବାଇର ନୂଆ ପଦକ୍ଷେପ ! ନିର୍ମାଣ କାର୍ଯ୍ୟ ତଥା ଟ୍ରାକ୍ ରକ୍ଷଣାବେକ୍ଷଣ ଉପରେ କଡ଼ାନଜର ରଖିବେ ବରିଷ୍ଠ ଅଧିକାରୀ

55

ଦୁର୍ଘଟଣା ରୋକିବା ପାଇଁ ଭାରତୀୟ ରେଳବାଇ ଏକ ନୂଆ ତଥା ସ୍ୱାଗତଯୋଗ୍ୟ ପଦକ୍ଷେପ ନେବାକୁ ଯାଉଛି । ଏବେଠାରୁ ରେଳବାଇର ସମସ୍ତ କାର୍ଯ୍ୟ ଉପରେ ରହିବ ବରିଷ୍ଠ କର୍ମଚାରୀଙ୍କ ନଜର । ରେଳବାଇର ବରିଷ୍ଠ ଅଧିକାରୀ ଚାଲୁଥିବା ସୁରକ୍ଷା କାର୍ଯ୍ୟ ଠିକରେ ହେଉଛି ନାଁ ନାହିଁ ସେଥିପାଇଁ ଦୁଇ ଦିନ ପାଇଁ ଶିବିରରେ ରହିବେ । ସିଭିଲ ଇଞ୍ଜିନିୟରିଂ ବିଭାଗର ବରିଷ୍ଠ ପ୍ରଶାସନିକ ଗ୍ରେଡ଼ର ଅଧିକାରୀଙ୍କୁ ଏଖ ଡ଼ିଭିଜନର ବଂଟନ କରାଯିବ ବୋଲି ଗତ ମାସ ଏକ ଚିଠିରେ ରେଳବାଇ ବୋର୍ଡ଼ ନିର୍ଦ୍ଦେଶ ଦେଇଥିଲେ । ବରିଷ୍ଠ ପ୍ରଶାସନିକ ଅଧିକାରୀ ଜଣକ ସେଠାରେ ସୁରକ୍ଷା ସମ୍ମନ୍ଧୀତ କାର୍ଯ୍ୟ ଯେପରି ଟ୍ରାକ ନବୀକରଣ, ପ୍ଲାଟଫର୍ମ ନିର୍ମାଣ ଓ ଟ୍ରାକା ରକ୍ଷଣାବେକ୍ଷଣ ପରି କାର୍ଯ୍ୟର ସଂଚଳାନ କରିବେ ।

ଚିଠି ଅନୁସାରେ ଅଧିକାରୀମାନେ ନିମୟିତ ରୂପରେ କାର୍ଯ୍ୟର ନିୟୋଜନ ଓ ସଂପାଦନ କରିବା ପାଇଁ ଆବଶ୍ୟକ ମାର୍ଗଦର୍ଶନ କରିବେ । ସୋମନେ ବଂଟା ହୋଇଥିବା ବିଭାଗକୁ ନିୟମିତ ଯିବାକୁ ପଡ଼ିବ । ଅଧିକାରୀମାନେ ଆରମ୍ଭରେ ଏକ ସପ୍ତାହ ପାଇଁ ବଂଟନ ହୋଇଥିବା ଡିଭିଜନର ଶିବରରେ ରହି କାର୍ଯ୍ୟକୁ ତଦାରଖ କରିବେ । ତେବେ ମାର୍ଚ୍ଚ ୨୦୧୮ର ବେଳକୁଏହା ଲାଗୁ ହୋଇସାରିଥିବା । ମାର୍ଚ୍ଚ ୨୦୧୮ ଶେଷ ପର୍ଯ୍ୟନ୍ତ କମରୁ କମ ଦୁଇ ଦିନ ଆବଂଟିତ ଡିଭିଜନକୁ ଯିବାପାଇଁ ପଡ଼ିବ ।

ଭାରତୀୟ ରେଳବାଇରେ ୨୩ ବର୍ଷ ପର୍ଯ୍ୟନ୍ତ କାମ କରୁଥିବା କର୍ମଚାରୀଙ୍କୁ ଏହି ଦାୟିତ୍ୱ ଦିଆଯିବ । ଆଗାମୀ ଆର୍ଥିକ ବର୍ଷରେ ଭାରତୀୟ ରେଳବାଇ ୧୦,୦୦୦ କୋଟି ଟଙ୍କାର ଖର୍ଚ୍ଚରେ ପ୍ରାୟ ୮ ହଜାର କିମି ପୁରୁଣା ରେଳଲାଇନକୁ ପରିବର୍ତ୍ତନ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ବ୍ୟତୀତ ସୁରକ୍ଷା ବ୍ୟବସ୍ଥାରେ ସୁଧାର ମଧ୍ୟ ହେବ । ଅଧିକାରୀଙ୍କ କହିବା ଅନୁସାରେ ଏଥିଯୋଗୁଁ ଆଗାମୀ ୨ ବର୍ଷରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଲାଇନଚ୍ୟୁତ ହେଉଥିବା ରେଳ ସଂଖ୍ୟା କମ ହେବ ।