ଆଜି ପ୍ରଧାନମନ୍ତ୍ରୀଙ୍କ ୪୫ ତମ ‘ମନ କି ବାତ୍’ କାର୍ଯ୍ୟକ୍ରମ ! ଏହି କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ସମ୍ବୋଧିତ କରିପାରନ୍ତି ମୋଦି ।

26

କନକବ୍ୟୁରୋ: ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୧୧ ଟା ବେଳେ ଦେଶ ବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ମୋଦୀଙ୍କର ୪୫ ତମ ‘ମନ କି ବାତ୍’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ମାସର ଶେଷ ରବିବାର କରାଯାଇଥାଏ ଏବଂ ଏହା ମାଧ୍ୟମରେ ମୋଦୀ ନିଜର ମନର କଥା ଦେଶବାସୀଙ୍କୁ କୁହନ୍ତି । ଏହି କାର୍ଯ୍ୟକ୍ରମରେ ମୌସୁମୀ ବିଷୟରେ କିଛି କହିପାରନ୍ତି ବୋଲି ଚର୍ଚ୍ଚା କରାଯାଉଛି ।

୪୪ ତମ ସଂସ୍କରଣରେ ମୋଦୀ ଦେଶବାସୀଙ୍କୁ ଯୋଗ କରି ଫିଟ ରହିବାକୁ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଏହି ଦେଶର ୬ ଜଣ ଝିଅ ୨୫୦ ଦିନ ଜାହାଜରେ ରହି ନିଜର କାମ କରିଛନ୍ତି । ଯାହାର ନାମ ଆପଣ ସମସ୍ତେ ଜାଣନ୍ତି । ସେହି ‘ଆଏନଏସଭି’ ତାରିଣୀରେ ରହି କିପରି ଭାବରେ ସେ ସାରା ବିଶ୍ୱ ଭ୍ରମଣ କରିପାରିଲେ ତାହା ଆମ ମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ରହିଛି । ସେମାନେ ପାଖାପାଖି ୨୨୦୦୦ କିଲୋମିଟର ଯାତ୍ରା କରିଛନ୍ତି । ସେ ଝିଅମାନେ ଗତ ମେ ମାସ ୨୩ ତାରିଖରେ ମୋତେ ଭେଚିବା ସହ ତାଙ୍କର ଯାତ୍ରା ସମ୍ପର୍କରେ ଅବଗତ କରାଇଥିଲେ ।

ଆମେ ଏଠାରେ କହିରଖୁଛୁ କି କେବଳ ରେଡିଓ ନୁହେଁ ବରଂ ସମସ୍ତ ଟେଲିଭିଜନର୍ ମଧ୍ୟ ଏହାର ପ୍ରସାରଣ କରାଯାଉଛି । ଯେଉଁଥିରେ କି ସମସ୍ତ ନାଗରିକ ମୋଦୀଙ୍କ କଥାକୁ ଶୁଣି ପାରିବେ । ଏହା ଆକାଶବାଣୀ ଓ ଦୂରଦର୍ଶନରେ ପ୍ରସାରଣ କରାଯାଉଛି । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ୟୁଟ୍ୟୁବ୍ ଚ୍ୟାନେଲ ରେ ମଧ୍ୟ ଏହାର ପ୍ରସାରଣ କରାଯାଇଥାଏ । ସାଧାରଣ ଜନତା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ନିଜର ମନର କଥା ପ୍ରେରଣ କରିପାରୁଛନ୍ତି । ମୋଦୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ କଥା ଲୋକମାନଙ୍କ ପାଖରେ ସିଧାସଳଖ ଉପସ୍ଥାପନ କରୁଛନ୍ତି ।