ପରୁଷଙ୍କ ପରିବର୍ତ୍ତେ ଏବେ ଟୋଲଗେଟ୍ ସମ୍ଭାଳିବେ ମହିଳା ! କାଟିବେ ଚାଲାଣ ଓ ଆଦାୟ କରିବେ ଟାକ୍ସ

55

ଆଜିକାଲି ମହିଳାମାନେ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି । ଘରେ ରୋଷେଇ କରି ଘର ସମ୍ଭାଳିବା ସହ ଅଫିସରେ ମଧ୍ୟ ସୁଚାରୂପେ ନିଜ କାର୍ଯ୍ୟ ନିର୍ବାହ କରୁଛନ୍ତି ମହିଳା । ସେନାରେ ସାମିଲ ହେବା ଠାରୁ ଆରମ୍ଭ କରି ବିମାନ ଉଡ଼ାଉଛନ୍ତି ଆଜିକାଲିର ମହିଳା । ଅନ୍ୟ ଉପରେ ନିର୍ଭର ନକରି ନିଜେ କାମ କରି ଆତ୍ମସମ୍ମାନ ସହ ଜୀବନ ଜିଉଁଛନ୍ତି । ଆଜିକା ସମୟରେ ମହିଳାମାନେ ସବୁକିଛି କରିବା ପାଇଁ ସକ୍ଷମ ବୋଲି ପ୍ରତି ପଦକ୍ଷେପରେ ପ୍ରମାଣିତ କରୁଛନ୍ତି ।

ତେବେ ଟୋଲଗେଟରେ ଆପଣ ସବୁବେଳେ ପୁରୁଷ ଲୋକ କାମ କରୁଥିବାର ଦେଖୁଥିବେ । କିନ୍ତୁ ଆଗକୁ ଏଥିରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଟୋଲ ପ୍ଲାଜାରେ ଯଦି କେହି ମହିଳା ଟୋଲ ଟ୍ୟାକ୍ସ ଏବଂ ବ୍ୟାରିୟର ଓପରେଟ କରୁଥିବା ଦେଖନ୍ତି, ତେବେ ଆଶ୍ୱର୍ଯ୍ୟ ହେବାର କିଛି ନାହିଁ । କାରଣ ଆଉ ତିନି ଦିନ ପରେ ମହିଳା ଦିବସ ( ୮ ମାର୍ଚ୍ଚ)ଠାରୁ ଇନ୍ଦୋର ବାୟପାସର ଟୋଲ ପ୍ଲାଜାର ସଂଚାଳନ ଦାୟିତ୍ୱ ମହିଳାମାନଙ୍କ ହାତକୁ ଆସିଯିବ ।

ଇନ୍ଦୋର ବାୟପାସ୍ ମଙ୍ଗୋଲିଆ ସ୍ଥିତ ଟୋଲ ପ୍ଲାଜାରେ ମହିଳାମାନେ ଆଦାୟ କରିବେ ଟୋଲ ଟାକ୍ସ । ଯାନବାହାନ ଆସିବା ପରେ ବ୍ୟାରିୟର ତଳକୁ କରିବା ସହ ଟୋଲ ଆଦାୟ ଏବଂ ବ୍ୟାରିୟର ଖୋଲିବେ ମହିଳା । ଇନ୍ଦୋର ବାୟପାସ୍ ଟୋଲ ପ୍ଲାଜାର ୧୬ ମଧ୍ୟରୁ ୧୪ଟି ବ୍ୟାରିୟର ଉପରେ ମହିଳାକର୍ମୀଙ୍କୁ ନିଯୁକ୍ତି କରାଯାଉଛି । ଏଭଳି କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ମହିଳାଙ୍କୁ ଉତ୍ସାହିତ କରିବା । ଏବଂ ନିତିଦିନ ହେଉଥିବା ବାଦବିବାଦ ଓ ମାରପିଟ୍ ଭଳି ସମସ୍ୟା କମିପାରେ ବୋଲି କୁହାଯାଉଛି । ଇନ୍ଦୋର ଦେୱାସ ଟୋଲବେଜ କମ୍ପାନୀର କାର୍ଯ୍ୟକର୍ତ୍ତମାନେ ଆଶା କରିଛନ୍ତି, ଏଭଳି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଯୋଗୁଁ ଯେଉଁ ରାଜନୀତିକ କିମ୍ବା ପ୍ରଭାବଶାଳୀ ବ୍ୟକ୍ତି ଟୋଲ ଟ୍ୟାକ୍ସ ଦେଉନାହନ୍ତି, ସେମାନେ ଟ୍ୟାକ୍ସ ଦେବେ । ହୋଇପାରେ ସେମାନେ ମହିଳାମାନଙ୍କ ସହ ଯୁକ୍ତିତର୍କ କରିବାକୁ ପଂଚଘୁଚା ଦେଇପାରନ୍ତି ।

ତେବେ କମ୍ପାନୀ ୧୫ ଜଣ ମହିଳାଙ୍କୁ ଟୋଲକର୍ମୀ ଭାବେ ନିଯୁକ୍ତି ଦେଇଛି । ଏବଂ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ମହିଳା ଦିବସର ଅବସରରେ ୧୪ ଟୋଲ ବୁଥ ସଂଚାଳନର କାମ ବିଧିବଧ ଭାବେ ମହିଳାମାନେଙ୍କୁ ଦାୟିତ୍ୱ ଦିଆଯିବ । ଆରମ୍ଭର କିଛିଦିନ ପାଇଁ ଟୋଲକର୍ମୀ ତାଙ୍କ ସହିତ ରହିବେ, କାରଣ ସେମାନେ କୌଣସି ପ୍ରକାର ସମସ୍ୟାରେ ସମ୍ମୁଖୀନ ନହୁଅନ୍ତୁ ।

କମ୍ପାନୀର କର୍ମଚାରୀଙ୍କ କହିଛନ୍ତି, ପରୀକ୍ଷାମୂଳକ ରୂପେ କିଛି ମହିଳାଙ୍କୁ ବର୍ତ୍ତମାନ କୌଣସି ନା କୌଣସି ବୁଥରେ ଦାୟିତ୍ୱ ଦିଆଯାଉଛି । ମହିଳା କାମ ଶିଖିବା ମାତ୍ରେ, ତାଙ୍କ ଡ୍ୟୁଟି ଟୋଲ ଗେଟରେ ଦିଆଯିବ । ଟୋଲ ପ୍ଲାଜାର ନିଯୁକ୍ତି ଦାତା ଇଂନ୍ଧର-ଦେବାସ ଟୋଲବେଜ କମ୍ପାନୀର ଟିମ ଲିଡର ଅଜୟ ପାଣ୍ଡେଙ୍କ କହିବାନୁସାରେ, ମହିଳା ଟୋଲକର୍ମୀଙ୍କୁ ଡ୍ୟୁଟି ସମୟ ସକାଳ ୮ ଠାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଦିଆଯିବ । ଏଭଳି କରିବା ଉଦ୍ଦ୍ୟେଶ ହେଲା, ମହିଳା ରାତି ହେବା ପୂର୍ବରୁ ତାଙ୍କ ଘରେ ପହଂଚିପାରିବେ । ସନ୍ଧ୍ୟାରୁ ତା’ପର ଦିନ ସକାଳ ପର୍ଯ୍ୟନ୍ତ ପୁରୁଷମାନେ ଟୋଲଗେଟ ସମ୍ଭାଳିବେ । ଟ୍ରେନିଂରେ ମହିଳାମାନଙ୍କୁ ଟୋଲ ଗେଟରେ ଲଗାଯାଇଥିବା କମ୍ୟୁଟର ସିଷ୍ଟମ, କାର୍ଯ୍ୟପ୍ରଣାଳୀ ସହ ସାଧାରଣ ଜନତାଙ୍କ ବ୍ୟବହାର ସମ୍ଭନ୍ଧରେ ଶିକ୍ଷା ଦିଆଯାଉଛି ।