ଏନଆଇଏ ୱାଣ୍ଟେଡ ତାଲିକାରେ ପାକିସ୍ତାନୀ କୂଟନୀତିଜ୍ଞ ! ୨୬/୧୧ ଭଳି ଆକ୍ରମଣ ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ

44

କନକ ବ୍ୟୁରୋ : ସ୍କାନରରେ ପାକିସ୍ତାନୀ କୂଟନୀତିଜ୍ଞ । ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ୱାଂଟେଡ୍ ଲିଷ୍ଟରେ ପାକିସ୍ତାନୀ କୂଟନୀତିଜ୍ଞ ଆମୀର ଜୁବେର ସିଦିକି । ୱାଂଟେଡ ଲିଷ୍ଟରେ ଆମୀରଙ୍କ ନାଁ ସାମିଲ କରି ଫଟୋ ଜାରି କରିଛି ଏନଆଇଏ । ଆମୀର ତାର ଓ ସହ ଯୋଗୀଙ୍କ ସହ ମିଶି ଆମେରିକା ଓ ଇସ୍ରାଏଲ ସହ ଦକ୍ଷିଣ ଭାରତରେ ୨୬/୧୧ ଭଳି ଆକ୍ରମଣ ଭାରତରେ ଆତଂକବାଦୀ ଆକ୍ରମଣ କରାଇବାରେ ଜୁବେରଙ୍କର ହାତ ଥିବା ଅଭିଯୋଗ ହୋଇଛି । ଭାରତରେ ଥିବା ଆମେରିକୀୟ ଓ ଇସ୍ରାଏଲୀ ଦୂତାବାସ ଉପରେ ଆକ୍ରମଣ ପାଇଁ ଜୁବେର ଷଡ଼ଯନ୍ତ୍ର କରିଥିଲେ ।

ଏହାସହ ୨୦୧୪ରେ ସେନା ଓ ନୌସେନା କମାଣ୍ଡ ଉପରେ ଆକ୍ରମଣ ଷଡ଼ଯନ୍ତ୍ର ରଚିଥିଲେ । ଆଉ ଏଥିପାଇଁ ଶ୍ରୀଲଂକାର କିଛି ଅପରାଧୀଂକୁ ସାମିଲ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏମାନଂକୁ ଭାରତୀୟ ସୁରକ୍ଷା କେନ୍ଦ୍ର ବିଷୟରେ ସୂଚନା ସଂଗ୍ରହ କାମରେ ଲଗାଇଥିଲେ ଜୁବେର । ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏନେଇ ଭାରତକୁ ପ୍ରଥମେ ସୂଚନା ଦେଇଥିଲେ । ଜୁବେରଂକ ସହ ଅନ୍ୟ ୨ ପାକିସ୍ତାନୀ କୂଟନୀତିଜ୍ଞଂକୁ ଏନଆଇଏ ୱାଂଟେଡ୍ ଘୋଷଣା କରିଛି । ଏନଆଇଏ ଦ୍ୱାରା ପାକିସ୍ତାନୀ କୂଟନୀତିଜ୍ଞଂକୁ ୱାଂଟେଡ୍ ଘୋଷଣା କରାଯିବାର ଏହା ପ୍ରଥମ ଘଟଣା । ଏବେ ଇଂଟପୋଲକୁ ଏମାନଂକ ତାଲିକାପଠାଇବାକୁ ଏନଆଇଏ ଯୋଜନା କରୁଛି । ଏହାସହ ପାକିସ୍ତାନ କର୍ତୃପକ୍ଷଂକ ନିକଟରେ ଏନେଇ ଆପତି ଉଠାଇବ ଭାରତ ।