ସଙ୍କଟରେ ସାରା ବିଶ୍ୱ : ତାପମାତ୍ରା ବୃଦ୍ଧି ଯୋଗୁଁ ୨୦୫୦ ପର୍ଯ୍ୟନ୍ତ ତରଳି ଯିବ ବଡ଼ ବଡ଼ ବରଫ ଖଣ୍ଡ, ଘୋର ସମସ୍ୟାରେ ପଡ଼ିବେ ପୃଥିବୀବାସୀ

77

କନକ ବ୍ୟୁରୋ : ଅଲିଗଡ ବିଶ୍ୱବିଦ୍ୟାଳୟରେ ଜଣେ ଭୂଗୋଳ ପ୍ରଫେସରଙ୍କ କହିବା ଅନୁସାରେ ବର୍ତମାନ ସମୟରେ ପୃଥିବୀର ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି । ଯେଉଁ ପରି ଭାବରେ ପରିବର୍ତ୍ତନ ହେଉଛି ତାହାକୁ ଅଟଳାଇବା ପାଇଁ ପଡିବ ନଚେତ ଆଗକୁ ଏହା ବଡ ସମସ୍ୟା ରୂପେ ଉଭା ହେବ । ଏହାସହ ସେ କହିଛନ୍ତି ଯେ, ୨୦୫୦ ସୁଦ୍ଧା ତାପମାତ୍ରା ଏତେ ବଢିବ ଯେ ବରଫ ଧିରେ ଧିରେ ତରଳିବାକୁ ଆରମ୍ଭ କରିବ । ବର୍ତମାନ ସମୟରେ ମଧ୍ୟ ପୃଥିବୀର ତାପମାତ୍ରା ଅନେକ ମାତ୍ରାରେ ବଢିବାରେ ଲାଗିଛି । ପୂର୍ବରୁ ଯେପରି ଭାବରେ ସ୍ୱାଭାବିକ ତାପମାତ୍ରା ରହିଥିଲା ଏବେ ତାହାର ଘୋର ପରିବର୍ତନ ହେଉଛି ଯେଉଁ କାରଣରୁ ଏପରି ସମସ୍ୟା ହେଉଛି । ତେବେ ଆମେ ମାନେ ଜାଣି ରଖିବାର ଆବଶ୍ୟକତା ରହିଛି ତାପମାତ୍ରା ବଢିବାରେ ଲାଗିଛି ।

 

ପ୍ରଫେସର ଏପରି ତଥ୍ୟ ୩୦ ଦେଶର ଆୟୋଜନ ଏକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୃଥିବୀରେ ଯେଉଁ ସମସ୍ତ ସ୍ଥାନରେ ବରଫ ରହିଛି ସେହି ସ୍ଥାନରେ ଅନେକ ବ୍ୟାକ୍ଟେରିଆ ରହି ସେହି ବରଫକୁ ତରଳ କରିବାରେ ଲାଗିଛନ୍ତି । ଏହାସହ ଗରମ ବଢିବା କାରଣରୁ ବରଫ ମଧ୍ୟ ତରଳିବାରେ ଲାଗିଛି । ପବନରେ ଏହା ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ମଧ୍ୟ ଯାଇପାରିବ । ଏହାସହ ସେ କହିଛନ୍ତି ଯେ, ସେହି ଅଞ୍ଚଳରେ କିଛି ପକ୍ଷୀ ରହୁଛନ୍ତି ତେଣୁ ସେଠାରେ ଗରମ ହେଲେ ସେମାନେ ଅନ୍ୟ ଏକ ସ୍ଥାନକୁ ଯାଇପାରନ୍ତି ଯାହା ଦ୍ୱାରା ପୃଥିବୀର ସନ୍ତୁଳନ ନଷ୍ଟ ହୋଇପାରେ । କେବଳ ଯେ ଅଲିଗଡର ପ୍ରଫେସର ଏପରି ସୂଚନା ଦେଇଛନ୍ତି ତାହା ନୁହେଁ ବରଂ ଜବାହାରଲାଲ ନେହେରୁ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସମେତ ଅନେକ ବିଶ୍ୱବିଦ୍ୟାଳୟର ପ୍ରଫେସର ଏପରି ଘଟଣା ହୋଇପାରେ ବୋଲି ପୂର୍ବନୁମାନ କରିଛନ୍ତି । ଦିନକୁ ଦିନ ଭାରତରେ ମଧ୍ୟ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ତେଣୁ ଆମେ ମାନେ ମଧ୍ୟ ସଚେତନତା ହୋଇ କାମ କରିବା ଆବଶ୍ୟକତା ରହିଛି ।

 

ସାରା ବିଶ୍ୱରେ ଯେଉଁ ସମସ୍ତ ପ୍ରଦୂଷଣ ଦେଶ ବା ସ୍ଥାନ ରହିଛି ତାହାରି ମଧ୍ୟରେ ଭାରତ ମଧ୍ୟ ରହିଛି । ତେଣୁ ଆଗାମୀ ଦିନରେ ଭାରତ ଉପରେ ଏହାର ପଡିପାରେ ଗୁରୁତର ପ୍ରଭାବ । ତେବେ ବରଫ ରହିଥିବା ସ୍ଥାନରେ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି ପ୍ରଭାବରେ ବରଫ ତରଳିଯାଉଛି ତେଣୁ ଜଳସ୍ତର ବଢିବାରେ ଲାଗିଛି । ଜଳସ୍ତର ବଢିବା କାରଣରୁ ପୃଥିବୀ ଉପରେ ଏହା କ୍ଷତି କରିପାରେ ବୋଲି ପ୍ରଫେସର ଜଣକ କହିଛନ୍ତି । ୨୦୫୦ ସୁଦ୍ଧା ଏହା ପ୍ରଭାବରେ ଜଳପପତ୍ତନ ବଢିବା ସହ ପୃଥିବୀ ଉପରେ ଏକ ବଡ ବିପଦ ଆସିପାରେ ବୋଲି ଆକଳନ କରାଯାଇଛି ।