ରାଷ୍ଟ୍ରୀୟ ମୁସଲିମ୍ ମଂଚର ଭିନ୍ନ ଶୈଳୀର ବକରୀଦ୍ କୁ ପ୍ରଶଂସା କରିଛନ୍ତି ଲୋକ : ପଶୁ ବଳି ପ୍ରଥାକୁ ବନ୍ଦ କରି ଛେଳି ଫଟୋ ଥିବା କେକ୍ କାଟି ପାଳନ କରିଛନ୍ତି ଉତ୍ସବ

91

ଗୋଟିଏ ପଟେ ଦେଶ ସାରା ଲୋକ ବକରୀଦ୍ ବା ଇଦ୍-ଅଲ ଆଧା ପର୍ବକୁ ବଳିଦାନର ପର୍ବ ଭାବେ ଦେଖୁଥିବା ବେଳେ ଆରଏସଏସ୍ ସମ୍ବନ୍ଧିତ ସଂଗଠନ ଲଖନଉର ରାଷ୍ଟ୍ରୀୟ ମୁସଲିମ୍ ମଂଚ ବକରୀଦ୍ ରେ ପଶୁ ବଳି ପ୍ରଥାକୁ ବନ୍ଦ କରିବାକୁ ଚାହେଁ ।

ଏହା ବଦଳରେ ସେମାନେ ଚାହାଁନ୍ତି କି, ଉତ୍ତର ପ୍ରଦେଶର ମୁସଲମାନ ଏକ ଛେଳି ଫଟୋ ଥିବା କେକ୍ କାଟି ଇକୋ-ଫ୍ରେଣ୍ଡଲୀ ବକରୀଦ୍ ପାଳନ କରନ୍ତୁ । ସଂଗଠନର ସଂଯୋଜକ ରାଜା ରାୟସ୍ କାହିଛନ୍ତି, “ଇସଲାମ ରେ ପଶୁଙ୍କୁ ବଳି ଦେବା ଜରୁରୀ ନୁହେଁ । ଯଦି ଆପଣ ସମସ୍ତ ଜୀବିତ ପ୍ରାଣୀଙ୍କ ପ୍ରତି ଦୟା ଦେଖାଉଛନ୍ତି, ଆଲ୍ଲାହ ମଧ୍ୟ ଏହା ଚାହାଁନ୍ତି ।” ମୁସଲମାନମାନେ ଏକ ଛେଳି ଆକାରର କେକ୍ କାଟିପାରିବେ । ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ) ସମ୍ବନ୍ଧିତ ରାଷ୍ଟ୍ରୀୟ ମୁସଲିମ୍ ମଂଚର ସ୍ଥାପନା ବର୍ଷ ୨୦୦୨ରେ ଶାସନରେ ଥିବା ବିଜେପିର ଆଦର୍ଶବାଦୀ ପରାମର୍ଶଦାତା ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ କରିଥିଲା ।

ମୁସଲିମ୍ ମଞ୍ଚ’ ପକ୍ଷରୁ ନିଆଯାଇଥିବା ଉଦ୍ୟମକୁ ଲଖନଉର କିଛି ଲୋକ ଗ୍ରହଣ କରିଥିବା ବେଳେ କିଛି ଏହାକୁ ଅସ୍ୱୀକାର କରିଛନ୍ତି । ଏହି ସପ୍ତାହର ଆରମ୍ଭରେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖୋଲାରେ ପଶୁବଳି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସେ ଅଧିକାରୀଙ୍କୁ ସୁନିଶ୍ଚିତ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କି ପଶୁ ରକ୍ତ ଓ ଅଙ୍ଗକୁ ନାଳରେ ଭକ୍ତଙ୍କ ଦ୍ୱାରା ଯେମିତି ବିସର୍ଜନ କରାନଯାଏ ।