କାଠୁଆ ବଳାତ୍କାର ମାମଲା ପଛରେ ପାକିସ୍ତାନ… କିଭଳି ଏପରି ବୟାନ ରଖୁଛନ୍ତି ବିଜେପି ନେତା? ସରିଗଲା କି ସମ୍ବେଦନଶୀଳତା?

81

ଯେତେବେଳେ ସାରା ଦେଶରେ କାଠୁଆ ନାବାଳିକା ବଳାକ୍ରାର ଘଟଣାକୁ ନେଇ କ୍ରୋଧ ସୃଷ୍ଟି ହୋଇଛି, ଠିକ ସେତିକି ବେଳେ ବିଜେପି ନେତାଙ୍କ ବେଲଗାମ ବୟାନ ପ୍ରମାଣିତ କରୁଛି ଯେ, ଏଭଳି ସମ୍ବେଦନଶୀଳ ଘଟଣାକୁ କିଭଳି ଦେଖୁଛନ୍ତି ବିଜେପି ନେତୃବୃନ୍ଦ । ମଧ୍ୟପ୍ରଦେଶର ବିଜେପି ମୁଖ୍ୟ ସାମ୍ନାକୁ ଆଣିଛନ୍ତି ଷଡଯନ୍ତ୍ର ଥିଓରୀ । ପୁରା ଘଟଣା ପାଇଁ ସେ ଦାୟୀ କରିଛନ୍ତି ପାକିସ୍ତାନକୁ । ବିଜେପି ମଧ୍ୟପ୍ରଦେଶ ମୁଖ୍ୟ ନନ୍ଦକୁମାର ସିଂ ଚୈାହ୍ୱାନ କହିଛନ୍ତି, ପାକିସ୍ତାନ ଏହି ପୁରା ଘଟଣାକୁ ସୃଷ୍ଟି କରିଛି । ଜୟ ଶ୍ରୀରାମ ନାରା ଦେଇ ଭାରତରେ ବିଭାଜନ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି । ଖଣ୍ଡୱାରୁ ଲୋକସଭା ସାଂସଦ ଥିବା ଚୈାହ୍ୱାନଙ୍କର ଏହା କେଉଁ ପ୍ରକାରର ମନୋଭାବ ତାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ ।


୮ ବର୍ଷର ଆସିଫା ସହ ଘଟିଥିବା ଭୟାନକ ଘଟଣାକୁ ସଭ୍ୟ ସମାଜରେ କେହି ବରଦାସ୍ତ କରିବା ମୁଡରେ ନଥିବା ବେଳେ ଜଣେ ପରେ ଜଣେ ବିଜେପି ନେତାଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିବାରେ ଲାଗିଛି । କିଭଳି ଏପରି ବୟାନ ରଖିପାରୁଛନ୍ତି ବିଜେପି ନେତା? ଏହା କଣ ଦଳୀୟ ନେତାଙ୍କର ମାନସିକତା? ୨୦୧୨ ମସିହାରେ ଯେତେବେଳେ ସାରା ଦେଶରେ ନିର୍ଭୟା ଆନ୍ଦୋଳନର ନିଆଁ ଜଳିଥିଲା, ସେତେବେଳେ ମହିଳା ସୁରକ୍ଷା ଦିଗରେ ବିଜେପି ଦେଇଥିବା ତମାମ ପ୍ରତିଶ୍ରୁତି କୁଆଡେ ଗଲା? କ୍ଷମତାକୁ ଆସିବା ପରେ କଣ ଅତୀତର ତମାମ କଥାକୁ ଭୁଲିବା ଭଳୋ ମୋଦି, ଏହି କଥାକୁ ମଧ୍ୟ ଭୁଲିଗଲେ?


ଜାମ୍ମୁକାଶ୍ମୀରର କାଠୁଆ ଜିଲ୍ଲାରେ ଗତ ଜାନୁଆରୀ ମାସରେ ୮ ବର୍ଷର ଝିଅ ସହ ହୋଇଥିବା ଦୁଷ୍କର୍ମ ମାମଲାରେ ପୋଲିସ ୮ଜଣ ଅଭିଯୁକ୍ତଙ୍କ ବିରୋଧରେ ୧୫ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଛି । ଏହି ଚାର୍ଜସିଟରେ ଦୁଷ୍କର୍ମ ଏବଂ ହତ୍ୟା କରିବା ଷଡଯନ୍ତ୍ରରେ ମୁଖ୍ୟ ଅଭିଯୁକ୍ତ ପୂର୍ବ ରାଜସ୍ୱ ଅଧିକାରୀ ୬୦ ବର୍ଷୀୟ ସଞ୍ଜୀ ରାମଙ୍କୁ କୁହାଯାଇଛି । ସଞ୍ଜୀ ରାମ ହିଁ ଏହି ଦୁଷ୍କର୍ମ ଏବଂ ପରେ ହତ୍ୟା କରିବା ପାଇଁ କହିଥିଲେ । ସେପଟେ ମୃତ ପୀଡିତାଙ୍କ ଓକିଲଙ୍କୁ ଜୀବନରୁ ମାରିଦିଆଯିବା ନେଇ ଧମକ ମିଳୁଛି । ମୃତ ପୀଡିତାଙ୍କ ଓଳିଲଙ୍କ କହିବା କଥା ଏହି ମାମଲାକୁ ଦବେଇଦେବା ପାଇଁ ଏଭଳି ଧମକ ଦିଆଯାଉଛି । ସୂଚନା ଅନୁଯାୟୀ, ଗତ ୧୨ ଜାନୁଆରୀରେ ମହମ୍ମଦଙ୍କର ନାବାଳିକା ଝିଅ ନିଖୋଜ ହୋଇଯାଇଥିଲେ । ଏହି ମାମଲାରେ ନିଖୋଜ ହୋଇଥିବା ଝିଅର ବାପା ପୋଲିସକୁ ଜଣାଇଥିଲେ । ତାଙ୍କ ଝିଅ ଅସିଫା ଜଙ୍ଗଲକୁ ଘୋଡା ଚରାଇବାକୁ ନେଇ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ । ଜଙ୍ଗଲରୁ ହିଁ ନିଖୋଜ ହୋଇଯାଇଥିଲେ । ଆଉ ଏହା ପରେ ଜାନୁଆରୀ ୧୭ ତାରିଖରେ ନିଖୋଜ ହୋଇଯାଇଥିବା ଝିଅର ଶବ ଜଙ୍ଗଲରୁ ମିଳିଥିଲା । ଏହି ମାମଲାରେ ପୋଲିସ ଜଣେ ୧୫ବର୍ଷର ନାବାଳକକୁ ହେପାଜତରେ ନେଇଥିଲା । ପରେ ମାର୍ଚ୍ଚ ୨୦ତାରିଖରେ ପୋଲିସ ଆଗରେ ପୂର୍ବ ରାଜସ୍ୱ ଅଧିକାରୀ ସଞ୍ଜୀ ରାମ ସମର୍ପଣ କରିଥିଲେ । ଆଉ ଏହା ମଧ୍ୟରେ ପୋଲିସ ଅଧିକାରୀ ଦୀପକ ଖଜୁରୀୟା, ହେଡ କନେଷ୍ଟବଳ ତିଲକ ରାଜ, ସୁରିନ୍ଦର କୁମାର, ଏବଂ ସବ ଇନ୍ସପେକ୍ଟର ପ୍ରବେଶ କୁମାରଙ୍କୁ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରାଯାଇଛି ।


ଚାର୍ଜସିଟ ଅନୁସାରେ, ଏହି ପୁରା ଘଟଣାର ଷଡଯନ୍ତ୍ର ସଞ୍ଜୀ ରାମ ହିଁ ରଚିଥିଲେ । ସେ ପୀଡିତାର ଅପହରଣ, ଦୁଷ୍କର୍ମ ଏବଂ ହତ୍ୟା କରିବାର ଯୋଜନା ପ୍ରସ୍ତୁତ କରିଥିଲା । ଏହି ଷଡଯନ୍ତ୍ରରେ ସେ ଜଣେ ପୋଲିସ ଅଧିକାରୀ ଏବଂ ଜଣେ ନାବାଳିକାଙ୍କୁ ମଧ୍ୟ ସାମିଲ କରିଥିଲା । ସେ ନିଜ ପୁତୁରା ଦୀପକର ସହାୟତାରେ ଏହି ଅପହରଣ କରିଥିଲା । ଏହା ପରେ ପୀଡିତାଙ୍କ ସହ ଦୁଷ୍କର୍ମ ଏବଂ ପରେ ହତ୍ୟା କରିଥିଲା ।

kathua-rap-scandal-former-revenue-officer-raped-and-murdered
image courtesy – http://post.jagran.com

ଚାର୍ଜସିଟରେ କୁହାଯାଇଛି ଯେ, ଯେତେବେଳେ ସଞ୍ଜୀ ରାମ କହିଥିଲେ ଯେ ଏବେ ଝିଅଟିକୁ ହତ୍ୟା କରି ତାକୁ ଠିକଣାରେ ପହଞ୍ଚାଇ ଦେବାକୁ ପଡିବ, ସେତେବେଳେ ଏହି ଘଟଣାରେ ସାମିଲ ଥିବା ଆଉ ଜଣେ ପୋଲିସ ଅଧିକାରୀ ଖଜୁରୀୟା କହିଥିଲେ ଯେ, ‘ଅପେକ୍ଷା କରଟ୍ଟ ତାକୁ ଏବେ ମାରନି, ମୁଁ ବି ବଳାତ୍କାର କରିବି’ । ସମସ୍ତେ ଏହି ୮ବର୍ଷର ନାବାଳିକାଙ୍କ ସହ ୭ ଦିନ ଧରି ଦୁଷ୍କର୍ମ କରିଥିଲେ । ଆଉ ଏହା ପରେ ପୀଡିତା ନାବାଳିକାର ହତ୍ୟା କରିଥିଲେ । ଅଭିଯୁକ୍ତମାନେ ପୀଡିତାର ମୁଣ୍ଡରେ ପଥରଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହା ପରେ ପୀଡିତା ନାବାଳିକାର ମୃତ ଶରୀରକୁ ଜଙ୍ଗଲରେ ଫୋପାଡି ଦେଇଥିଲେ ।