ଅଗଷ୍ଟ ମାସରେ ନିଜ ମନ୍ତ୍ରଣାଳୟର ଦାୟିତ୍ୱ ନେଇ ପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ! ଜାତୀୟ ଗଣମାଧ୍ୟମକୁ ସୂଚନା ଦେଲେ ଅରୁଣଙ୍କ ମୁଖପାତ୍ର

32

କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନିଜ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଆମେରିକା ଯାଇ ନିଜର ଅସ୍ତ୍ରପୋଚାର କରାଇ ଭାରତ ଫେରଲେଣି । କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ବର୍ତ୍ତମାନ ନିଜ ବାସଗୃହରେ ଆରାମ କରୁଛନ୍ତି । ତେବେ ଅରୁଣଙ୍କ ଅନୁପସ୍ଥିତିରେ ପିୟୂଷ ଗୋଏଲ ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱରେ ରହିଥିଲେ । ତେବେ ଜେଟଲୀ ଏହି ମାସରେ ନିଜ ବିଭାଗର ଦାୟିତ୍ୱ ନେଇ ପାରନ୍ତି ବୋଲି ସୂଚନା ମିଳିଛି । ତେବେ କେଉଁ ତାରିଖରେ ସେ ନିଜ କାର୍ଯ୍ୟରେ ଯୋଗଦେବେ ତାହା ବର୍ତ୍ତମାନ ସମୟରପେ ନିର୍ଦ୍ଧାରିତ ହୋଇପାରିନାହିଁ ବୋଲି ଅରୁଣଙ୍କ ମୁଖପାତ୍ର ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 

ଅନେକ ଦିନ ହେଲାଣି କେନ୍ଦ୍ର ରେଳ ଓ କୋଇଲା ମନ୍ତ୍ରୀ ପୀୟୁଷ ଗୋଏଲ ନିଜ ବିଭାଗ ସହ ଅର୍ଥ ବିଭାଗର ଦାୟିତ୍ୱରେ ରହିଛନ୍ତି । ତେଣୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଏକାବେଳେ ଥିବାରୁ ଖୁବଶୀଘ୍ର ଅର୍ଥବିଭାଗର ଦାୟିତ୍ୱ ସେ ହସ୍ତାନ୍ତର କରିବେ ବୋଲି ଜଣାପଡିଛି । ଅରୁଣ ଘରେ ରହିଥିବା ସମୟରେ ମଧ୍ୟ ସାଧାରଣ ଲୋକମାନଙ୍କ ସହ ରୀତିମତ ଭାବରେ ସୋସିଆଲ ମିଡିଆରେ ଯୋଡି ହୋଇ ରହିଥିବା ଦେଖିବାକୁ ମିଳିଛି । ତେବେ ଚଳିତ ମୈାସୁମୀ ଅଧୀବେଶନରେ ରାଜ୍ୟସଭାରେ ବିଜେପିର କିଏ ନେତା ହେବ ସେନେଇ ମଧ୍ୟ ପ୍ରଶ୍ନ ଉଠିଥିବା ସହ ବିରୋଧୀମାନେ ବର୍ତ୍ତମାନ ଦେଶରେ କିଏ ପ୍ରକୃତରେ ଅର୍ଥମନ୍ତ୍ରୀ ଅଛନ୍ତି ସେନେଇ ଜାଣିବାପାଇଂ ଇଚ୍ଛା କରିଥିଲେ । ଅନେକ ବାଦବିବାଦ ପରେ ଖୁବଶୀଘ୍ର ଜେଟଲୀ କାର୍ଯ୍ୟରେ ଯୋଗ ଦେବାର ସୂଚନା ମିଳିଛି ।