ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିବା ଅଲକାଏଦାର ତିନି ଆତଙ୍କବାଦୀ ଗିରଫ

39

କନକ ବ୍ୟୁରୋ : ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ମଦୁରାଇର ବିଭିନ୍ନ ସ୍ଥାନରେ ଚଢାଉ କରି ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଗିରଫ ତିନି ଆତଙ୍କବାଦୀ ହେଉଛନ୍ତି ଅଲକାଏଦାର ସଦସ୍ୟ । ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୨ ଜଣଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ । ସେମାନଙ୍କ ଠାରୁ ବନ୍ଧୁକ ଓ ବିସ୍ଫୋରକ ଜବତ ହୋଇଛି । ଏମାନେ ତାମିଲନାଡୁରେ ଅଲକାଏଦାର ନେଟୱାର୍କ ବିସ୍ତାର କରୁଥିଲେ ବୋଲି ସୂଚନା ମିଳିଛି ।