ମୋଦିଙ୍କ ଅନ୍ତରୀଣ ବଜେଟକୁ ଆମେରିକାର ତାରିଫ୍ ! କହିଲା, ବଢିବ ଭାରତର ଆର୍ଥିକ ବିକାଶ ।

204

ଆମେରିକାର ଶୀର୍ଷ ବ୍ୟବସାୟିକ ସଂଗଠନ, ଭାରତର ତଥା ମୋଦି ସରକାରଙ୍କ ଶେଷ ଅନ୍ତରୀଣ ବଜେଟକୁ ପ୍ରଂଶସା କରିଛନ୍ତି । ୟୁଏସ ଇଣ୍ଡିଆ ବିଜନେସ୍ କାଉନସିଲ୍ (ୟୁଏସଆଇବିସି)ର କହିବା କଥା ଭାରତର କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା କାମଚଳା ବଜେଟରେ ଅନେକ ସକରାତ୍ମକ ପ୍ରାବଧାନ ରହିଛି । ଯାହଦ୍ୱାରା ଭାରତର ଅର୍ଥନୈତିକ ବିକାଶ ହୋଇପାରିବ ।

ୟୁଏସଆଇବିସିର ସଭାପତି ନିଶା ଦେଶାଇ ବିଶ୍ୱାଲ କହିଛନ୍ତି ଯେ, ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରର ବଜେଟରେ ବୃଦ୍ଧି ଘଟିଛି । ଏହା ସହ ସରକାରୀ କାର୍ଯ୍ୟର ଡିଜିଟାଇଜେସନ୍ ଏବଂ ସାର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ଫୋକସ ମଧ୍ୟ ବଢାଯାଇଛି । ବଜେଟରେ ଅନେକ ସକରାତ୍ମକ ପଦକ୍ଷେପ ନିଆଯାଇଛି, ଯାହାଦ୍ୱାରା ଭାରତର ବିକାଶ ହୋଇପାରିବ ଏବଂ ଦେଶର ଅର୍ଥନୀତିର ବିକାଶ ମଧ୍ୟ ହୋଇପାରିବ । ତେବେ ବଜେଟ୍ ଉପସ୍ଥାପିତ ହେବା ପରେ ଦେଶରେ ରାଜନୀତି ଜୋର ଧରିଥିବା ବେଳେ ୟୁଏସ ଇଣ୍ଡିଆ ବିଜନେସ୍ କାଉନସିଲ୍ ପକ୍ଷରୁ ମୋଦି ସରକାରଙ୍କ ଶେଷ ଅନ୍ତରୀଣ ବଜେଟକୁ ପ୍ରଂଶସା କରାଯାଇଛି ।