ମୃତ୍ୟୁର ଗୁମ୍ପାରୁ ୧୨ ଖେଳାଳୀଙ୍କୁ ଉଦ୍ଧାର କରିବାରେ ଭାରତ ନେଇଥିଲା ପ୍ରମୁଖ ଭୂମିକା ! ଏହି ଟେକନିକରେ ସଫଳ ହୋଇଥିଲା ରେସକ୍ୟୁ ଅପରେସନ୍ , ଟ୍ୱିଟରରେ ଭାରତକୁ ପ୍ରଶଂସା କଲେ କିରଣ ବେଦୀ ।

28

ଥାଇଲ୍ୟାଣ୍ଡ୍ ଗୁମ୍ଫାରେ ବାତ୍ୟା ଯୋଗୁଁ ଫସିଥିବା ୧୨ ଫୁଟବଲ୍ ଖେଳାଳୀ ଏବଂ ତାଙ୍କ କୋଚକୁ ଗୁମ୍ଫାରୁ ଉଦ୍ଧାର କରିବାରେ ଅନ୍ୟ ଦେଶର ହାତ ଥିବାବେଳେ ଭାରତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲା । ପୁଡୁଚେରୀର ଉପରାଜ୍ୟପାଳ କିରଣ ବେଦୀ ଏନେଇ ଗୁରୁବାର ଟ୍ୱିଟ୍ କରି ଥାଇଲ୍ୟାଣ୍ଟର ଏହି ମିଶନରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ କହିଛନ୍ତି ।

ବ୍ୟାଙ୍କକରେ ଥିବା ଭାରତୀୟ ଦୂତବାସ ଥାଇଲ୍ୟାଣ୍ଡ ଅଧିକାରୀଙ୍କୁ ସୁଚନା ଦେଇଥିଲେ ଯେ ଭାରତୀୟ କମ୍ପାନୀ କିର୍ଲୋସକର୍ ବ୍ରଦର୍ସଙ୍କ ପାଖରେ ବାତ୍ୟା ପ୍ରବନ୍ଧନ ପାଇଁ ପମ୍ପିଙ୍ଗ୍ ଟେକନିକ୍ ଉପଲବ୍ଧ ରହିଛି ଯାହା ଗୁମ୍ଫାରୁ ପାଣି ବାହାରକୁ କାଢିବାରେ ସହାୟକ ହୋଇପାରିବ । ଥାଇଲ୍ୟାଣ୍ଡ ଭାରତରୁ ଏହି ପମ୍ପ ଆଣିବା ପାଇଁ ଆଗ୍ରହ ଦେଖାଇଲା । ଏହାପରେ ଏହି ପମ୍ପ ଡିଜାଇନର ମୁଖ୍ୟ ଥାଇଲ୍ୟାଣ୍ଡ ଯାଇ ରେସକ୍ୟୁ ଅପରେସନରେ ଅଧିକାରୀଙ୍କ ସହାୟତା କରିଥିଲେ ।

ତେବେ କିରଣ ବେଦୀ ଟ୍ୱିଟରେ ଜନତାଙ୍କୁ ଜଣାଇବାକୁ ଯାଇ କହିଥିଲେ ଯେ ଆମ ମଧ୍ୟରୁ କେତେ ଜଣଙ୍କୁ ଜ୍ଞାତ ଅଛି ଯେ ଥାଇ ରେସକ୍ୟୁ ଅପରେସନରେ ଭାରତର ପ୍ରମୁଖ ଭୂମିକା ରହିଛି । ଥାଇଲ୍ୟାଣ୍ଡ ରେସକ୍ୟୁ ଅପରେସନରେ ବ୍ୟବହୃତ ହୋଇଥିବା ପମ୍ପ ଭାରତର କିର୍ଲୋସକର୍ ବ୍ରଦର୍ସଙ୍କ ପାଖରେ ଉପଲବ୍ଧ ଥିଲା । ଡିଜାଇନର ମୁଖ୍ୟ ପ୍ରସାଦ କୁଲକୁର୍ଣ୍ଣି ସ୍ୱୟଂ ଥାଇଲ୍ୟାଣ୍ଡରେ ପହଞ୍ôଚ ଏହି ଅପରେସନରେ ଅଧିକାରୀଙ୍କୁ ସାହାଯ୍ୟ କରିଥିଲେ । ଦୀର୍ଘ ୧୮ ଦିନ ପରେ ଗୁମ୍ପାରୁ ବାହାରି ଥିବା ଫୁଟବଲ୍ ଖେଳାଳୀ ଏବଂ ତାଙ୍କ କୋଚ ଏବଂ ଥାଇଲ୍ୟାଣ୍ଡ ତରଫରୁ ଭାରତକୁ ଧନ୍ୟବାଦ ଅର୍ପଣ କରାଯାଇଛି ।