ଅକ୍ଟୋବର ପହିଲାରୁ ଆରମ୍ଭ ହେବ ମୋଦିକେୟାର ସ୍କିମ୍ ! ଜାଣନ୍ତୁ ସାଧାରଣ ଲୋକଙ୍କ ପାଇଁ କେତେ ଉପକାରୀ ହେବ ?

40

କେନ୍ଦ୍ର ସରକାରଙ୍କ ବହୁଚର୍ଚ୍ଚିତ ଆୟୁଷ୍ମାନ ଭାରତ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଏହି ଯୋଜନାରେ ସାଧାରଣ ଜନତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଲକ୍ଷ୍ୟ ରହିଛି । ଦେଶର ପ୍ରାୟ ୧୧ କୋଟି ପରିବାର ଏହି ଯୋଜନାରେ ଉପକୃତ ହେବେ ବୋଲି ଆକଳନ କରାଯାଇଛି । ପ୍ରତି ପରିବାରକୁ ୫ଲକ୍ଷ ଲେଖାଏଁ ବୀମା ପ୍ରଦାନ କରାଯିବ । ଆୟୁଷ୍ମାନ ଭାରତ ଯୋଜନା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚଳିତ ବଜେଟରେ ଘୋଷଣା କରିଥିଲେ । ଅକ୍ଟୋବର ସୁଦ୍ଧା ଏହି ଯୋଜନା ଲାଗୁ ହେବାର ସମ୍ଭାବନା ରହିଛି । କିନ୍ତୁ ଏହା ଉପରେ କୌଣସି ନିର୍ଦ୍ଧିଷ୍ଟ ତାରିଖ ଏଯାବତ ଘୋଷଣା କରାଯାଇ ନାହିଁ ।

ଆୟୁଷ୍ମାନ ଭାରତ ସ୍କିମ ଉପରେ ନଜର ରଖିବା ପାଇଁ ଏକ ବିଭାଗ ପ୍ରସ୍ତୁତ କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି । ଏହି ସ୍କିମ ନିରୀକ୍ଷଣ କରିବା ପାଇଁ କେନ୍ଦ୍ର ତରଫରୁ ୬୦ ଭାଗ ଏବଂ ରାଜ୍ୟ ୪୦ ଭାଗ ଖର୍ଚ୍ଚ ବହନ କରିବ । ଏହି ଯୋଜନାର ପ୍ରଭାବ ଆଗାମୀ ଲୋକସଭା ନିର୍ବାଚନେରେ ପଡିବା ନେଇ ଚର୍ଚ୍ଚା ଜୋର ଧରୁଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଯୋଜନାରେ ଜଡିତ ହୋଇ ରହିଥିବା ୮ ଗୋଟି ଖାସ କଥା ଯାହା ଭାରତବାସୀଙ୍କ ହିତ ସାଧନ କରିିବାରେ ସହାୟକ ହୋଇପାରିବ ।

୧. ଏହି ଯୋଜନାର ଲକ୍ଷ୍ୟ ଭାରତର ୧୦.୭ କୋଟି ଲୋକ ଏବଂ ପରିବାରକୁ ସ୍କିମ ସହ ଯୋଡିବା ।

୨. ମୋଦିକେୟାର ଯୋଜନା ମାଧ୍ୟମରେ ଭାରତର ୫ ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟ ବୀମା ମିଳିବ ।

୩. ପରିବାରର ସବୁ ସଦସ୍ୟ ଏହି ଯୋଜନା ସହ ଜଡିତ ହୋଇପାରିବେ ।

୪. ଏହି ଯୋଜନା ଅନୁସାରେ କେଉଁ ପରିବାରକୁ ଏହାର ସୁବିଧା ମିଳିବ ତାହା ଆର୍ଥିକ ଆଧାରରୁ ସି୍ଥର କରାଯିବ ।

୫. ଯୋଜନା ଅନ୍ତର୍ଗତ ପରିବାରକୁ ସରକାରୀ,ବେସରକାରୀ କିମ୍ବା ଦେଶର ଯେକୌଣସି ସ୍ଥାନରେ ଚିକିତ୍ସିତ ହେବାର ସୁବିଧା ମିଳିବ ।

୬. ଆୟୁଷ୍ମାନ ଭାରତ ସ୍କିମ ସମ୍ପୂର୍ଣ୍ଣ ଭାବେ କ୍ୟାସଲେସ ଅଟେ ।

୭. ଏହି ଯୋଜନାରେ ବୀମା କଭରକୁ ନେଇ ନିର୍ଦ୍ଧିଷ୍ଟ ବୟସସୀମାର ଆବଶ୍ୟକତା ନାହିଁ ।

୮. ଯୋଜନା ଅନୁସାରେ ଭାରତରେ ୧.୫ ଲକ୍ଷ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ ହେବ । ଏହି ଯୋଜନାରେ ବେସରକାରୀ କେନ୍ଦ୍ର ମଧ୍ୟ ଅନ୍ତର୍ଭୁକ୍ତ ।