୨୦୨୦ ସୁଦ୍ଧା ପକ୍କା ସଡକ ସହ ଦେଶର ସମସ୍ତ ରାସ୍ତାକୁ ସଂଯୋଗ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର

ଦେଶରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନେକ ରାସ୍ତା ନିର୍ମାଣ ହେଉଛି

148

କନକ ବ୍ୟୁରୋ : ଦେଶରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନେକ ରାସ୍ତା ନିର୍ମାଣ ହେଉଛି । ପ୍ରତ୍ୟେକ ଗ୍ରାମକୁ ସହରର ହେଡକ୍ୱାଟର ସହ ସଂଯୋଗ କରିବା ହେଉ କିମ୍ବା ଗ୍ରାମାଚଂଳରେ ନିତିଦିନିଆ ରାସ୍ତା ହେଉ । ପ୍ରଧାନମନ୍ତ୍ରୀ ସଡକ ଯୋଜନା ଦ୍ୱାରା ହିଁ ହୋଇଥାଏ । ମିଳିଥିବା ସୂଚନା ଅନୁସାରେ ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ୫୦ ହଜାର କିଲୋମିଟର ରସ୍ତା ନିର୍ମାଣ ହେବ ବୋଲି ସୂଚନା ମିଳିଛି । ୨୦୨୦ ସୁଦ୍ଧା ଦେଶରେ ଥିବା ଅନେକ ଛୋଟ ବଡ ଗ୍ରାମକୁ ସଡକ ପଥରେ ଯୋଗାଯୋଗ କରାଯିବା ପାଇଁ ଯୋଜନା ହୋଇଥିବା ସୂଚନା ମିଳିଛି । କେବଳ ଯୋଜନା କରାଯାଇନାହିଁ ମଧ୍ୟ ତାହା ପାଇଁ ମଧ୍ୟ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଅର୍ଥ ମଜୁଂର କରାଯାଇଛି ।

 

ପୂର୍ବରୁ ହୋଇଥିବା ରାସ୍ତାକୁ ବର୍ତମାନ ସମୟରେ ଉଚ୍ଚ କରାଯିବ ବୋଲି ମଧ୍ୟ ଜଣାପଡିଛି । ସମସ୍ତ ସଡକକୁ ଉଚ୍ଚ କରିବା ପାଇଁ ୨୦୧୯ ମାର୍ଚ୍ଚ ମାସ ଲକ୍ଷ୍ୟ ରହିଛି । ତେବେ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ମୋଟ ୧୩ଟି ରାଜ୍ୟରେ ୩୨,୧୦୦ କିଲୋମିଟର ରାସ୍ତା ନିର୍ମାଣ ହେବ । କେବଳ ରାସ୍ତା ନିର୍ମାଣ ହେବ ନାହିଁ ବରଂ ୧୨ହଜାର କିମି ରାସ୍ତା ଉଚ୍ଚ କରାଯିବ ବୋଲି ସୂଚନା ମିଳିଛି । ଏହି ସଡକ ଯୋଜନାରେ ମୋଟ ହେବାକୁ ଥିବା ୩୮ ହଜାରରୁ ଅଧିକ ଗାଁକୁ ଯୋଡିବାକୁ ଡ୍ରାଫ୍ଟରେ ମଞ୍ଜୁରୀ ଦିଆଯାଇଛି। ଏଥିପାଇଁ ମୋଟ୍ ୮୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

 

ଏଥିରେ କେନ୍ଦ୍ର ସରକାର ୫୫ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଦେବେ। ବାକି ୩୦ ହଜାର କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ। ପିଏମଜିଏସଓ୍ଵାଇର ଦ୍ଵିତୀୟ ପର୍ଯ୍ୟାୟରେ ନକ୍ସଲ ପ୍ରଭାବିତ କ୍ଷେତ୍ରରେ ମାତ୍ର ଏକ ଶହ ଜନସଂଖ୍ୟା ବିଶିଷ୍ଟ ଗାଁକୁ ମଧ୍ୟ ପକ୍କା ସଡ଼କରେ ଯୋଡ଼ିବାକୁ ନିଷ୍ପତ୍ତି ନିଆଯାଇଛି। ସରକାର ପିଏମଜିଏସଓ୍ଵାଇର ସଡ଼କ ପାଇଁ କେନ୍ଦ୍ର ଓ ରାଜ୍ୟର ଭାଗିଦାରୀ ଅନୁପାତରେ ମଧ୍ୟ ସଂଶୋଧନ କରିଛି। ତେବେ ସରକାରଙ୍କ ପକ୍ଷରୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟକୁ ଗୁରୁତର ସହ ନିଆଯାଇଛି । ଏହା ହେଲେ ଅନେକ ଗ୍ରାମର ବିକାଶ ହୋଇପାରିବ ବୋଲି ଜଣାପଡିଛି ।