କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ କଟଆଉଟ ଚିରିଲେ ଦୁର୍ବୃତ । ପାୱାର ହାଉସ ଛକ ନିକଟରେ ଲାଗିଥିବା ଶାହଙ୍କ କଟଆଉଟକୁ ବିଳମ୍ବିତ ରାତିରେ ଦୁର୍ବୃତ ମାନେ ଚିରି ଦେଇଥିବା ଅଭିଯୋଗ ହୋଇଛି । ପାୱାର ହାଉସ ଛକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ କଟଆଉଟ ଲାଗିଥିଲା । ତେବେ ମୋଦିଙ୍କ କଟଆଉଟ ଠିକ୍ ଥିବାବେଳେ ଶାହଙ୍କ କଟଆଉଟ ଚିରି ଦିଆଯାଇଥିବା ଦେଖିବାକୁ ମିଳୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଳମ୍ବିତ ରାତିରେ ଦୁର୍ବୃତମାନେ ଶାହଙ୍କ କଟଆଉଟ ଚିରି ଦେଇଥିବା ଅଭିଯୋଗ ହୋଇଛି । ତେବେ କିଏ ଏପରି କାର୍ଯ୍ୟ କରିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅମିତ ଶାହଙ୍କ କଟଆଉଟ ଚିରାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଦେଖନ୍ତୁ ଏହି ଭିଡିଓ –