ଦେଶରେ ଏକ ସାଙ୍ଗରେ ନିର୍ବାଚନ କରାଗଲେ କେତେ ଇଭିଏମ ମେସିନ ଦରକାର ତାହାର ଉତ୍ତର ଆମ ପାଖରେ ନାହିଁ : ନିର୍ବାଚନ ଆୟୋଗ

28

କନକ ବ୍ୟୁରୋ : ଗତ କିଛି ଦିନ ହେବ ସାରା ଦେଶରେ ଏକକ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଦେଶରେ ବାରମ୍ବାର ନିର୍ବାଚନ ନକରି ଏକା ସାଙ୍ଗରେ ନିର୍ବାଚନ କଲେ ଏଥିପାଇଁ କମ ଅର୍ଥ ଖର୍ଚ୍ଚ କରିବା ପାଇଁ ପଡିବ । ତେଣୁ ଅଯଥାରେ ଟଙ୍କା ଖର୍ଚ୍ଚ ନକରି ଏକା ସାଙ୍ଗରେ ନିର୍ବାଚନ କରିବା ପାଇଁ ଅନେର ରାଜନୈତିକ ଦଳ ମଧ୍ୟ ଏହାକୁ ସମର୍ଥନ କରିଥିଲେ । ଓଡିଶାରେ ଶାସନ କରୁଥିବା ବିଜୁ ଜନତା ଦଳ ମଧ୍ୟ ଏପରି ନିଷ୍ପତ୍ତିକୁ ସମର୍ଥନ କରିଥିଲେ ।

 

କିନ୍ତୁ ବର୍ତମାନ ସମୟରେ ନିର୍ବାଚନ ଆୟୋଗ କହିଛନ୍ତି ସାରା ଦେଶରେ ଏକା ଥରକେ ନିର୍ବାଚନ ହେଲେ କେତେ ସଂଖ୍ୟାରେ (ଇଭିଏମ)ମେସିନ ଦରକାର ତାହାର ଆକଳନ ମୋ ପାଖରେ ନଥିବା ସେ କହିଛନ୍ତି । ପୁଣେର ଜଣେ ଯୁବକ ଆରଟିଆଇରେ ମାଗିଥିବା ପ୍ରଶ୍ନର ଏପରି ତଥ୍ୟ ଦେଇଛନ୍ତି ନିର୍ବାଚନ ଆୟୋଗ । ଏହାସହ ସମ୍ପୃକ୍ତ ଯୁବକ ପଚାରିଥିଲେ ଯେ, ବର୍ତମାନ ଯେପରି ଭାବରେ ଦେଶରେ ଏକା ସାଙ୍ଗରେ ନିର୍ବାଚନ  ହୁଏ ତେବେ କେତେ ସଂଖ୍ୟାରେ ଇଭିଏମ ଦରକାର ସେ ବିଷୟରେ ସେ ଜାଣିବା ପାଇଁ ଇଚ୍ଛା କରିଥିଲେ ।

 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏକା ସାଙ୍ଗରେ ନିର୍ବାଚନ ହେଲେ କେତେ ସଂଖ୍ୟାରେ ଇଭିଏମ ଦରକାର ତାହାର ହିସାବ ଆମ ପାଖରେ ନାହିଁ ଏପରି ଢଙ୍ଗରେ ଉତ୍ତର ରଖିଥିଲେ ନିର୍ବାଚନ ଆୟୋଗ। ଏପରି ଉତ୍ତର ମିଳିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଏହାସହ ଏକ ଆକଳନ କରି କୁହାଯାଇଛି ଯେ, ଯଦି ଦେଶରେ ଏକା ସାଙ୍ଗ ନିର୍ବାଚନ ହୁଏ ପାଖାପାଖି ୧୨ ଲକ୍ଷ ମେସିନ ସହ ୪୫ଶହ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଏକ ଆକଳନ କରାଯାଇଛି ।