ପାକିସ୍ତାନକୁ ପାନେ ଚଖାଇବା ପାଇଁ ସରକାରଙ୍କଠାରୁ ଅନୁମତି ମାଗିଲା ଡାକୁ ! ଡାକୁ ମଲଖାନ୍ ସିଂହର ଘୋଷଣା ସରକାର ପରାମର୍ଶ ଦେଲେ ପାକିସ୍ତାନର ବାପାକୁ ମଧ୍ୟ ଧୂଳି ଚଟେଇ ଆସିବୁ ।
ଜମ୍ମୁ-କାଶ୍ମୀରର ପୁଲୱାମାରେ ୧୪ ଫେବୃଆରୀରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ଜନତା କେନ୍ଦ୍ର ସରକାରଙ୍କୁ ପାକିସ୍ତାନ ବିପକ୍ଷରେ କଠୋର ପଦକ୍ଷେପ ନେବାକୁ ଦାବି କରୁଥିବା ବେଳେ ପୂର୍ବେ ବିହଡର କୁଖ୍ୟାତ ଡାକୁ ରହିଆସିଥିବା ମଲଖାନ୍ ସିଂହ କହିଛି ଯେ ସେ ନିଜ ୭୦୦ ଜଣ ସାଥିଙ୍କ ସହ ପାକିସ୍ତାନ ସହ ଲଢିବା ପାଇଁ ପ୍ରସ୍ତୁତ ଅଛି । ଦସ୍ୟୁ ସରଗନାର କହିବା ଅନୁସାରେ ମଧ୍ୟପ୍ରଦେଶରେ ୭୦୦ ଜଣ ଡାକୁ ଅଛନ୍ତି । ଯାହାଙ୍କ ସହ ମିଶି ସେ ସୀମାରେ ମରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଗଣମାଧ୍ୟମ ସହ କଥା ହୋଇ ମଲଖାନ୍ କହିଛି ଯେ ଯଦି ସରକାର ଆମକୁ ଅନୁମତି ଦିଅନ୍ତି ତେବେ ଆମେ ବିନା ସର୍ତ୍ତରେ , ବିନା ବେତନରେ ଦେଶପାଇଁ ବୋର୍ଡରରେ ହସିହସିି ମରିବାକୁ ପ୍ରସ୍ତୁତ ଅଛୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ସମୟରେ ବିହାଡରେ କୁଖ୍ୟାତ ଡାକୁ ରହି ଆସିଥିବା ମଲଖାନ୍ ସିଂହ କହିଛି ଯେ , “ଆମେ ମରିଗଲେ ମଧ୍ୟ କାହାରି ନାମରେ ଦୋଷ ଲଦି ଯିବୁନାହିଁ । ଏଥିପାଇଁ ସରକାର ଆମଠାରୁ ଲିଖିତ ରୁପେ ନେଇପାରିବେ ଯେ ଆମ ମୃତ୍ୟୁ ପାଇଁ ଆମେ ଦାୟୀ ରହିବୁ । ଆମ ବାକି ଜୀବନ ଦେଶର ଋଣ ସୁଝିବା ପାଇଁ ଚେଷ୍ଟା କରିବୁ । ଯଦି ମୁଁ ମୋ କଥାରୁ ପଛକୁ ଫେରିଲି ତେବେ ମୋ ନାଁ ମଲଖାନ୍ ସିଂହ ନାହିଁ । ଦସ୍ୟୁ ସରଗନା କହିଛି ଯେ ଆମେ ଚାହୁଁଛୁ ଆମକୁ ସରକାର ବୋର୍ଡର ପଠାନ୍ତୁ ଏବଂ ହତିଆର ଦିଅନ୍ତୁ ଆମେ ପ୍ରତିଜ୍ଞା କରୁଛୁ କେଉଁ ଯବାନ ସ୍ତ୍ରୀର ମୁଣ୍ଡରୁ ତା ସିନ୍ଦୁରକୁ ପୋଛିବାକୁ ଦେବୁନାହିଁ । ଗାଁ ଏବଂ ଜିଲ୍ଲାରେ ଆମକୁ ଡାକୁ ବୋଲି ସମ୍ବୋଧନ କରୁଥିଲେ ମଧ୍ୟ ଦେଶ ପାଇଁ ଆମେ ଆମ ଜୀବନକୁ ଜଳାଞ୍ଜଳୀ ଦେବାକୁ ପ୍ରସ୍ତୁତ ଅଛୁ ।