ଆକ୍ରମଣ ପରେ ବି ସିଆରପିଏଫର ଯବାନ ପାକିସ୍ତାନର ଉଚ୍ଚାୟୋଗଙ୍କୁ ଦେଉଛନ୍ତି ସୁରକ୍ଷା

ଭାରତରେ ଅବସ୍ଥାପିତ ପାକିସ୍ତାନ ଉଚ୍ଚାୟୋଗର ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି

393

କନକ ବ୍ୟୁରୋ : ପୁଲୱାମା ଆକ୍ରମଣ ହେବା ପରେ ସାରା ଦେଶରେ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଦାବି ଜୋର ଧରିଛି । କେବଳ ଏତିକି ନୁହେଁ ସାରା ଦେଶରେ ପାକିସ୍ତାନ ବିରୋଧରେ ନାରାବାଜି ମଧ୍ୟ ହେଉଛି । ଅନେତ ସ୍ଥାନରେ ପାକିସ୍ତାନର ପତାକା ମଧ୍ୟ ପୋଡାଯାଇଛି । ସେପଟେ ସହିଦଙ୍କୁ ସମ୍ମାନ ଜଣାଇ କ୍ୟାଣ୍ଡେଲ ଶୋଭାଯାତ୍ରା ମଧ୍ୟ କରାଯାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତରେ ଅବସ୍ଥାପିତ ପାକିସ୍ତାନ ଉଚ୍ଚାୟୋଗର ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେଉଁ ସିଆରପିଏଫ ଯବାନମାନେ ସହିଦ ହୋଇଛନ୍ତି ସେହିମାନଙ୍କ ସାଥୀ ସୁରକ୍ଷା ଦେଉଛନ୍ତି ପାକର ଉଚ୍ଚାୟୋଗଙ୍କୁ । ଯାହାକୁ ନେଇ ବିରୋଧ ମଧ୍ୟ ହେଉଥିବା ଜଣାପଡିଛି । ଗତକାଲି କିନ୍ତୁ ସିଆରପିଏଫ ଟ୍ୱିଟ କରି କହିଛି ଯେ, ଆତଙ୍କବାଦୀ ଯେପରି ଭାବରେ ଆମ ଉପରେ ଆକ୍ରମଣ କରିଛନ୍ତି ତାହାକୁ ଆମେ ଭୁଲି ପାରୁବୁ ନାହିଁ କି କ୍ଷମା ମଧ୍ୟ କରିବୁ ନାହିଁ । ଏହାସହ ସମସ୍ତ ସହିଦଙ୍କୁ ସଲାମ କରିବା ସହ ତାଙ୍କ ପରିବାର ସାଙ୍ଗେ ଆମେ ଛିଡା ହେବୁ ବୋଲି କୁହାଯାଇଛି । ତେବେ ଏପରି ଭାବରେ ଆତଙ୍କବାଦୀ ଆକ୍ରମଣ ପରେ ବି ପାକିସ୍ତାନରର ଅଧିକାରୀ ସୁରକ୍ଷା ଯୋଗାଇଦେବାକୁ ନାପସନ୍ଦ କରାଯାଇଥିବା ଜଣାପଡିଛି ।