ଆଜିଠାରୁ ଭୁବନେଶ୍ୱରରେ ଜାତୀୟ ଶ୍ରମ କର୍ମଶାଳା

82

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜିଠାରୁ ଦୁଇଦିନ ଧରି ଭୁବନେଶ୍ୱରରେ ଜାତୀୟ ଶ୍ରମ କର୍ମଶାଳା ଅନୁଷ୍ଠିତ ହେବ । ରାଜ୍ୟ ଶ୍ରମ ବିଭାଗ ଓ ଅନ୍ତର୍ଜାତୀୟ ଶ୍ରମିକ ସଙ୍ଗଠନର ମିଳିତ ସହଯୋଗରେ ଏହି ସମ୍ମିଳନୀର ଆୟୋଜନ କରାଯାଉଛି । ଏଥିରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାସହିତ ସାମାଜିକ ନ୍ୟାୟ ଓ ସଶସ୍ତ୍ରୀକରଣ ମନ୍ତ୍ରୀ ରାମଦାସ ଅଥୱାଲେ ଓ ସବୁ ରାଜ୍ୟର ଶ୍ରମମନ୍ତ୍ରୀ ଏଥିରେ ଯୋଗ ଦେବେ।

ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ, ସାମାଜିକ ସୁରକ୍ଷା, ଦାଦନ ସମସ୍ୟା ଓ ଶିଶୁ ଶ୍ରମିକ ଉଚ୍ଛେଦ ସମ୍ପର୍କରେ ସମ୍ମିଳନୀରେ ଆଲୋଚନା କରାଯିବ ।